ଧରାକୋଟ ରେ ପୋଷଣ ମାସ ପାଳନ

ସମନ୍ଵିତ ଶିଶୁ ବିକାଶ ବିଭାଗ ର ଧରାକୋଟ ସେକ୍ଟର ତରଫରୁ ପୋଷଣ ମାସ ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ପାଳନ କରାଯାଇଛି। ସି ଡି ପି ଓ ସୁନିଲ ପ୍ରଭା ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଘୁମୁସର ଜିଲ୍ଲା ଓ ବି ସି ମୋର୍ଚ୍ଚା ସଭାପତି ତଥା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବି ଜେ ପି ସଂଯୋଜକ ଗଦାଧର ସ୍ୱାଇଁ,ସମ୍ମାନିତ ଅତିଥି ଭାବରେ ଏ ବି ଡି ଓ ସୁଶିଲ ପଟ୍ଟନାୟକ,ପୋଷଣ ବ୍ଲକ ସଂଯୋଜକ ବନବାସ ବେହେରା, ବି ଏଲ ଏଫ ସଭାପତି ଗୀତା ପଟ୍ଟନାୟକ, ସମ୍ପାଦିକା ରିତାଞ୍ଜଳୀ ଭୂୟାଁ,ଉଷାରାଣୀ ବେହେରା, ପରିଦର୍ଶିକା ଭାଗ୍ୟଲତା ମଣ୍ଡଳ,ରାଜଲକ୍ଷ୍ମୀ ପ୍ରଧାନ,ଲକ୍ଷ୍ମୀ ଦଳେଇ, ସୁଶୀଳା ମଲିକ ଓ ମମତା ପ୍ରକଳ୍ପ ସହାୟକ ଅଜୟ ସେମିଲି ପ୍ରମୁଖ ଉପସ୍ଥିତ ରହିଥିଲେ। ପୋଷଣ କାର୍ଯ୍ୟକ୍ରମରେ ରକ୍ତ ହୀନତା ବିଷୟରେ ସଚେତନତା,ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ମିଲେଟ ଓ କ୍ଷୁଦ୍ର ଖାଦ୍ୟ ଶସ୍ୟ ସାମିଲ କରିବା,ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରି ଶୈଶବ ଓ ପ୍ରାକ ଶିକ୍ଷାଦାନ ପାଇଁ ଯତ୍ନବାନ ହେବା,ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖାଇବା ସହ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିରେ ଧରାକୋଟ ସେକ୍ଟର ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *