ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜବାନଙ୍କ ଶେଷକୃତ୍ୟ ଗାଁ ଷ୍ମସାନରେ ସମ୍ପୂର୍ଣ।

ଉତ୍ତରପ୍ରଦେଶ ବରେଲିରେ ଓଡ଼ିଆ ବୀର ଯବାନ ସନ୍ତୋଷ କୁମାର ବେହେରା ମୃତ୍ୟୁ।ତେବେ ଗତ ଶନିବାର ଦିନ ବରେଲି ବାଟାଲିୟନ ତରଫରୁ ଏକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏବଂ ଏହି ପ୍ରସାଦ ଖାଇବା ପରେ ସେମାନଙ୍କ ମଧ୍ୟରୁ ୨୨ ଜଣ ଯବାନ ଅସୁସ୍ଥ ହୋଇଥିଲେ। ସମସ୍ତ ଯବାନ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ, ସେଥିମଧ୍ୟରୁ ସନ୍ତୋଷଙ୍କର ଅବସ୍ଥା ଗୁରୁତର ଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସନ୍ତୋଷଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁରେ। ସନ୍ତୋଷ ୨୦୦୬ ମସିହାରେ ଶସସ୍ତ୍ର ସିମା ବଳ ସେନାରେ ଯୋଗ ଦେଇଥିଲେ। ବାପା ହାଡିବନ୍ଧୁ ବେହେରା ଓ ମାଆ ପିତା ବେହେରାଙ୍କର ବଡ଼ ପୁଅ ହେଉଛନ୍ତି ସନ୍ତୋଷ। ସେ ବାପା ମାଆଙ୍କର ୬ ଝିଅ ଏବଂ ୨ ପୁଅଙ୍କ ମଧ୍ୟରେ ଅତି ଗେହ୍ଲା ଥିଲେ। ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ସମ୍ପୂର୍ଣ୍ଣ ପରିବାର।

ଆଜି ତାଙ୍କ ପାର୍ଥିବ ଶରିର ଗାଁକୁ ଆସିଲାବେଳେ ପ୍ରଥମେ ଷନ୍ତୋଷ ଯେଉଁ ଗ୍ରାମ କଲେଜରେ ପାଠପଢୁଥିଲେ ସେଠାକୁ ନିଆଗଲା। ଏବଂ ସେଠାରେ ଶେଷ ଦର୍ଶନ କଲାପରେ ସେଠାରୁ ସିଧା ତାଙ୍କ ପୈତୃକ ବାସଭବନକୁ ନିଆ ଯାଇଥିଲେ। ସେଠାରେ ପରିବାର ଲୋକେ ଶେଷଦର୍ଶନ କରିସାରିବା ପରେ ଗ୍ରମ ପରିକ୍ରମା କରି ଗାଁ ଷ୍ମସାନ ରେ ମର ଶରିରର ପହଞ୍ଚି ଥିଲା। ଏବଂ ସେଠାରେ ରାଷ୍ଟ୍ରୀୟମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପୂର୍ଣ ହୋଇଛି।

Leave a Reply

Your email address will not be published. Required fields are marked *