ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଘାଟିତ
ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତଆଙ୍କର-ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅଵସରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଘାଟିତ ହୋଇଯାଇଛି ।ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାର ୧୦୦ ଦିନରେ ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାରିଦ୍ୱାର ଖୋଲିବା ଠାରୁ ଆରମ୍ଭ କରି ଧାନର ଏମ ଏସ ପି ୩୧୦୦ ଟଙ୍କା ହୋଇଛି । ସୁଭଦ୍ରା ଯୋଜନାରେ ଜିଲ୍ଲାରେ ୨ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଯୋଡି ହୋଇଛନ୍ତି । ଆଗାମୀ ଦିନରେ ଓଡିଶା ଏକ ବିକଶିତ ରାଜ୍ୟ ହେବାକୁ ଥିବା ବେଳେ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଣତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ ।
