ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଅନୁପମ ସାହା ଙ୍କ ଦାୟିତ୍ୱ ଗ୍ରହଣ

ଆଜି ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁପମ ସାହା । ଅନୁପମ ସାହା ପୂର୍ବରୁ ଓସେପା ନିର୍ଦେଶକ ତଥା ଶ୍ରମ ଆୟୁକ୍ତ ଏବଂ ମୋ-ସ୍କୁଲ ର ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ରେ ଥିଲେ । ତେବେ ଆଜି ବିଧିବଦ୍ଧ ଭାବେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ ଗ୍ରହଣ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ଅଧିକାରୀ ସହଯୋଗ କାମନା କରିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଆଇଏଏସ ଓ ଆଇପିଏସ ତାଲିକା କୁ ନେଇ ଭାରତ ନିର୍ବାଚନ ଆୟୋଜ ଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାର କଟକ ଓ ଜଗତସିଂହପୁର ଜିଲ୍ଲାପାଳ ସମେତ ତିନି ଜଣ ଆରକ୍ଷୀ ଅଧିକ୍ଷକ ପଦ ବଦଳି କରିଥିଲେ । ଆଜି ଜଗତସିଂହପୁର ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଥିବା ବେଳେ ପୂର୍ବତନ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟାୱାରୀ ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ଭାବେ ନିଯୁକ୍ତି ମିଳିଛି । ଆଜି ଜିଲ୍ଲା ର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସହିତ ସମସ୍ତ ସରକାରୀ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ଜିଲ୍ଲାପାଳ ଅମୁପମ ସାହା ଙ୍କୁ ସ୍ବାଗତ କରିଥିଲେ ।

Leave a Reply

Your email address will not be published. Required fields are marked *