ପୋଲିସ ହାତ ରେ ମର୍ଡର ଆସାମୀ
ଗତ ୩୦ ତାରିଖ ଦିନ ଭଦ୍ରକ ଅପର୍ତିବିନ୍ଧା ନିୟୁ କଲୋନୀରେ ବନ୍ଦ୍ ଘରେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଧରିବା ପରେ ଘଟଣା ସ୍ଥଳକୁ ନେଇ ସ୍କ୍ରିନ୍ କ୍ରିୟେସନ କଲା ପରେ ହତ୍ୟାକାଣ୍ଡ ବିଷୟରେ ପୋଲିସ ପାଖରେ କହିଲା ଅଭିଯୁକ୍ତ । ଗତ କିଛିବର୍ଷ ଧରି ଭୁବନେଶ୍ୱରରୁ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମହିଳା ଭଦ୍ରକରେ ଆସି ରହିବା ସମୟରେ ଅଭିଯୁକ୍ତ ବହୁ ସମୟରେ ମହିଳାଙ୍କ ପାଖକୁ ଆସି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଶୁଣିବାକୁ ମିଳୁଛି । ଗତ ୩୦ ତାରିଖ ଦିନ ଅଭିଯୁକ୍ତ ମହିଳାଙ୍କ ସହ ବାରମ୍ବାର ଶାରିରୀକ ସଂପର୍କ ରଖିବାକୁ ନେଇ ମହିଳା ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଏକ ଲୁହା ପ୍ଲାଞର ଦ୍ଵାରା ମହିଳାଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର ହୋଇ ଯାଇଥିବାର ସୂଚନା ମିଳିଛି
