ଜନସେବା କେନ୍ଦ୍ର ପରିଚାଳକଙ୍କ ବୈଠକ

ଧରାକୋଟ :-୧୦/୦୬ ଅନ ଲାଇନ ଜରିଆରେ ଧରାକୋଟ ତହସିଲ ଅଧିନରେ ଥିବା ହିତାଧିକାରୀଙ୍କୁ ସୁବିଧାରେ ରାଜସ୍ବ ସେବା ଯୋଗାଇ ଦେବାପାଇଁ ଆଜି ଧରାକୋଟ ତହସିଲ କାର୍ଯ୍ୟାଳୟ ତରଫରୁ ୧୪ ଗୋଟି ଜନସେବା କେନ୍ଦ୍ର ପରିଚାଳକଙ୍କୁ ନେଇ ଏକ ବୈଠକ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଜନସେବା କେନ୍ଦ୍ର ପରିଚାଳକ ,ବିଭାଗୀୟ ଅଧିକାରୀ କାଳନ୍ଦୀ ବେହେରା, ପରିଦର୍ଶକ ଶୁଗ୍ୟାନି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ସଂପ୍ରତି ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ଉଚ୍ଚ ଶିକ୍ଷା ପାଇଁ ଛାତ୍ର ଛାତ୍ରୀ ମାନେ ଜାତି ପ୍ରମାଣ ପତ୍ର,ଆଦାୟ ପ୍ରମାଣ ପତ୍ର, ବାସ ସ୍ଥାନ ପ୍ରମାଣ ପତ୍ର, ଅର୍ଥ ସମ୍ବନ୍ଧୀୟ ପ୍ରମାଣ ପତ୍ର ପାଇଁ ବିଭିନ୍ନ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରୁଛନ୍ତି । ଏଣୁ ନିର୍ଦ୍ଦିଷ୍ଟ ସମୟ ସୀମାରେ ସରଳୀକରଣ ପଦ୍ଧତିରେ ଯେପରି ସମସ୍ତଙ୍କୁ ଏହି ପ୍ରମାଣ ପତ୍ର ମିଳି ପାରିବ,ଯାହାଦ୍ଵାରା ବାରମ୍ବାର ଲୋକେ ତହସିଲ କୁ ନଆସି ହଇରାଣ ନହୋଇ କମ ଖର୍ଚ୍ଚରେ ଯେପରି ନିକଟସ୍ଥ ଜନସେବାକେନ୍ଦ୍ରରେ ପ୍ରମାଣପତ୍ର ପାଇବେ ସେଥିପ୍ରତି ସମସ୍ତ ପରିଚାଳକ ଓ ବିଭାଗୀୟ କର୍ମଚାରୀ ତତ୍ପରତା ପ୍ରକାଶ କରିବାପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *