କିଏ‌ ସେ ରାବଣ?

କିଏ‌ ସେ ରାବଣ?
ରାବଣ ଏପରି ଏକ ରାଜା
ହିଂସ୍ର ମଧ୍ୟେ ଉଗ୍ରତା ରୂପ
କପଟୀ ର‌ ଉଗ୍ର ରୂପଧାର
ଅସହିଷ୍ନୁ ଅଟଇ ଦାନବ।
ରାମ ରୂପି ବିଷ୍ଣୁ ଙ୍କ ହସ୍ତରେ
ଇହଲିଳା ସମ୍ବରଣ କଲେ
ତଥାପି ହେ ଦୁର୍ଦାନ୍ତ ଦାନବ
ରାମ ବାଣେ ବିଷ୍ଣୁ ପ୍ରାପ୍ତି ହେଲେ।
ରାବଣ ଙ୍କୁ ଯିଏ ମାରେ ବାଣ
ସିଏ ନିଜ ପ୍ରକୃତି କୁ ଚିହ୍ନୁ
କେଉଁଠି ଲୁଚି ରହିଛି ରାବଣ ପ୍ରକୃତି
ବିଜୟା ଦଶମୀ ରେ ତାକୁ ଛାଡ଼ୁ।
ଶପଥ ନେବା ର ବେଳ ଆଜି ପ୍ରକୃତି ର ପରିବର୍ତନ ରେ
ହେ ମାନବ ହୁଅ ଯେ ତତ୍ପର ରାବଣ ର ଦୁର୍ଗଣ କୁ ଛାଡ଼ୁ।
ବେଦ ଶାସ୍ତ୍ର‌ରେ ଅଟେ ସେ ପ୍ରବୀଣ
ରାମ ନିମନ୍ତ୍ରଣ ପାଇକରି
ସେତୁ ବନ୍ଧ ପ୍ରତିଷ୍ଠା ରେ ସେ ପୁରୋଧା ଅଜ୍ଞାନ ରେ ବିଜ୍ଞତାକୁଧରି।
ସମୟ ଆସିଛି ବନ୍ଧୁଗଣ
ବିଜୟା ଦଶମୀ ତିଥିର ମୁହୂର୍ତ୍ତେ
ନିଅହେ ଶପଥ ଆଜି ତ୍ୟାଗ କର ନିଜର‌ ବଦଗୁଣ।
ହୁଅ ସର୍ବେ ରାମଚନ୍ଦ୍ର ପରି
ପିତୃସତ୍ୟେହୁଅ ଆଗଭର
ମନରେ ଭରିବ ଆନନ୍ଦ କାର୍ଯ୍ଯ କର ରଘୁବୀର ପରି।
ପ୍ରକୃତି ବନ୍ଧୁ ହରିହର ସାହୁ
(ଅବସର ପ୍ରାପ୍ତ ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା,୭୫୯୦୧୬

Leave a Reply

Your email address will not be published. Required fields are marked *