ଚିଲିକାରେ ଡ଼ଲଫିନ ମୃତ୍ୟୁ
-ଚିଲିକା ରେ ଡଲଫିନ୍ ଙ୍କ ମୃତ୍ୟୁ ଦିନକୁ ଦିନ ବଡ଼ିବାରେ ଲାଗିଛି l ତେବେ ବାଲୁଗାଁ ଚିଲିକା କୂଳ ଗୋପବନ୍ଧୁ କଲୋନୀ ଘେରିବନ୍ଧ ଠାରେ ଆଜି ଏକ ମୃତ ଡ଼ଲଫିନ ପଡି ଥିବାର ଦେଖିବାକୁ ମିଳିଛି ,ଯାହାକି ଡଲଫିନ କେତେ ସୁରକ୍ଷିତ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ମୃତ ଡଲଫିନ୍ ର ଲମ୍ବ 4 ଫୁଟ ଏବଂ ଏହାର ଓଜନ ପ୍ରାୟ 30 ରୁ 35 କିଲୋଗ୍ରାମ ଥିବା ଯାହା ଅନୁମାନ କରାଯାଉଛି | ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ତେବେ କେଉଁ କାରଣ ରୁ କିଭଳି ଭାବେ ଡଲଫିନ ର ମୃତ୍ୟୁ ହେଲା ତାହା ଜଣା ପଡ଼ିନାହିଁ l ପରେ ପରେ ଖବର ପାଇ ଚିଲିକା ବନ୍ୟପ୍ରାଣୀ ବିଭଗ ଘଟଣାସ୍ଥଳରେ ପହଂଚି ମୃତ ଡ଼ଲଫିନକୁ ଜବତ କରିଥିବା ଯାହା ଜଣାପଡିଛି l ତେବେ ମୃତ ଡ଼ଲଫିନ ର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି l
