ଜିଲ୍ଲା ଦୌରା ଜର୍ଜ ଙ୍କ କୋର୍ଟ ନିର୍ମାଣ ସ୍ଥଳ ପରିଦର୍ଶନ
ଧରାକୋଟ:-୧୧/୦୯ ସରକାରୀ ଘୋଷଣା ପ୍ରକାରେ ଧରାକୋଟ ରେ ଖୁବ ଶୀଘ୍ର ଜେ ଏମ ଏଫ ସି କୋର୍ଟ ଖୋଲିବ । ଏଣୁ ସମ୍ପ୍ରତି ଆରମ୍ଭ ହେବାକୁଥିବା କୋର୍ଟ କୋଠା ସହ ସ୍ଥାୟୀ ଭାବରେ ନିର୍ମାଣ ହେବାକୁ ଥିବା କୋର୍ଟ ସ୍ଥାନ କୁ ଗଞ୍ଜାମ ଜିଲ୍ଲା ଦୌରା ଜର୍ଜ ରୁପଶ୍ରୀ ଚୌଧୁରୀ,ରେଜିଷ୍ଟର ପଦ୍ମ ଲୋଚନ ବଡ଼ଜେନା,କୋର୍ଟ ମେନେଜର ମୋନାଲିସା ମହାପାତ୍ର ପରିଦର୍ଶନ କରିଛନ୍ତି । ସମ୍ପ୍ରତି ଧରାକୋଟ ବଜାର ନିକଟରେ ଥିବା ଏକ୍ସ୍ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ରେ କୋର୍ଟ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ଏହାର ଆନୁଷଙ୍ଗିକ ସ୍ଥିତି ପରଖିବା ସହ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ। ଏହା ପରେ ଧରାକୋଟ ମୌଜାର ଖାତା ନମ୍ବର ୬୮୧ ଓ ୬୮୨ ର ନଅ ଗୋଟି ପ୍ଲଟ ନମ୍ବରର ତିନି ଏକର ଦୁ ଇସେଣ୍ଟ ଜାଗାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା କୋର୍ଟ ସ୍ଥାନ ପରିଦର୍ଶନ କରିଥିଲେ । ଏହା ପରେ ବିଚାରପତିଙ୍କ କ୍ୱାର୍ଟର ଗୃହ ପରିଦର୍ଶନ କରି ଯଥା ଶୀଘ୍ର ଜମିଜମା ସଂପର୍କିତ ରେକର୍ଡ ପ୍ରସ୍ତୁତ କରି ପଠାଇବା ପାଇଁ ତହସିଲଦାର ଙ୍କୁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଦୌରା ଜର୍ଜ ଙ୍କ ପରିଦର୍ଶନ ବେଳେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ସୁଶିଲ ପଟ୍ଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,କନିଷ୍ଠ ଯନ୍ତ୍ରୀ ପ୍ରଦୀପ ନାୟକ,ରାଜସ୍ବ ନୀରିକ୍ଷକ ଯଜ୍ଞ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
