କୈଳାଶ୍ରୀମୁଖ
କୈଳାଶ୍ରୀମୁଖ
କି ମାୟା ଲଗାଉଛୁ କଳା ଶ୍ରୀ ମୁଖ
ତୋ ମାୟା ରେ ଆମେ ସବୁ ପାଉଛୁ ସୁଖ
କି ମାୟା ଲଗାଉଛୁ କଳା ଶ୍ରୀ ମୁଖ।
ତୋର ବଡ ଦାଣ୍ଡ ଆଜି କେତେ ପବିତ୍ର
ବଡ଼ଦାଣ୍ଡ ରେଣରେ ଆଜି ଲାଗିଛି ସ୍ରୋତ
କେଡେ ମାୟା ଲଗାଉଛୁ କଳା ଶ୍ରୀ ମୁଖ।
ତୋ ସ୍ରୋତରେ ସାମିଲ୍ ଯେ ମହାମହିମ
ପ୍ରଣତି ଜଣାନ୍ତି ତୋତେ ଦେଶ ତମାମ
ତୁ ଅଟଇ ମହାନ୍,ତୋର ଯଶ ଗୁଣଗାନ
ଗାଇବାକୁ ମୋର ମନ ହୁଏ ଉଛନ
କେଡେ ମାୟା ଲଗାଉଛୁ କଳା ଶ୍ରୀ ମୁଖ।
ଘେନ ମୋର ନମସ୍କାର,ଆହେ ଜଗତ ଠାକୁର
ପ୍ରଣତି ଜଣାଏ ମୁଁହି ଦିନ ତମାମ
କେଡେ ମାୟା ଲଗାଉଛୁ କଳା ଶ୍ରୀ ମୁଖ।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ ଢେଙ୍କାନାଳ
