ଏକ ଦନ୍ତା ହାତୀ ଆସି ଘର ଭାଙ୍ଗି ଫସଲ ନଷ୍ଟ
ଏକ ଦନ୍ତା ହାତୀ ଆସି ଘର ଭାଙ୍ଗି ଫସଲ ନଷ୍ଟ କରିବା ସହିତ ବହୁତ୍ କଷ୍ଟରେ ଚାଷ କାର୍ଯ୍ୟ କରିବା ନିମନ୍ତେ କିଣିଥିବା ପାୱାର ଟିଲର୍ ସଂପୂର୍ଣ୍ଣ ଭାଙ୍ଗିଦେଲା ।

କଳିଙ୍ଗା ଘାଟି ଆରମ୍ଭ ରେ ଥିବା ନେଡିକଲା ନିକଟସ୍ଥ ଭାଲିଆପଟା ମୌଜା କୁ ଆସି ଏକ ଗରିବ ଅସହାୟ ପରିବାର ଯୁଗୁରାଇ ପ୍ରଧାନ ଙ୍କ ଘର ପୁଣି ଭାଙ୍ଗିବା ସହିତ ପାୱାର ଟିଲର ଭଙ୍ଗିଛନ୍ତି ଏବଂ ଅନେକ ଫସଲ କ୍ଷୟକ୍ଷତି କରିଛନ୍ତି ଏବଂ ନଡ଼ିଆ , ଆମ୍ବ , ଝାଡୁ , କଦଳୀ , ଲିଚୁ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ କରିଛନ୍ତି। ଦୟାକରି ପରିବାର ପ୍ରତିପୋଷଣ କରିବା ନିମନ୍ତେ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଅସହାୟ ଯୁଗୁରାଇ ପ୍ରଧାନ ସରକାରଙ୍କ ନିକଟରେ ନିଜର ଗୁହାରି ଜଣାଇଛନ୍ତି ।
