ସୋରଡ଼ା ର ଅଧିଷ୍ଟlତ୍ରି ଦେବୀ ମା କନ୍ଧୁଣି ଦେବୀ ଙ୍କ ବାଲିଯାତ୍ରା

ସୋରଡ଼ା ର ଅଧିଷ୍ଟlତ୍ରି ଦେବୀ ମା କନ୍ଧୁଣି ଦେବୀ ଙ୍କ ବାଲିଯାତ୍ରା ସୋରଡ଼ା (୧୫/୦୯/୨୦୨୪)ଗଞ୍ଜାମ ଜିଲ୍ଲା ଅନ୍ତରଗତ ସୋରଡ଼ା ଠାରେ ମା କନ୍ଧୁଣୀ ଦେବୀ ଙ୍କ କଣ୍ଟା ପିଢ଼ା ଯାତ୍ରା ର ଶୁଭାଆରମ୍ଭ ରେ ମାଁ ଙ୍କ ବାଲି ଯାତ୍ରା ଆରମ୍ଭ ବର୍ତମାନ ର ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଙ୍କ ତତ୍ତ୍ୱାବଧାନରେ ଓ ସୋରଡ଼ା ର ଜନ ସାଧାରଙ୍କ ସହଯୋଗ ରେ ମା କନ୍ଧୁନି ଦେବୀ ଙ୍କ କଣ୍ଟା ପିଢ଼ା ଯାତ୍ରା ଆରମ୍ଭ ହୋଇଛି l ଓଡ଼ିଶାର ସଂସ୍କୃତିକ ଧାରା ରେ ଗଞ୍ଜାମ ଜିଲ୍ଲା ର ସ୍ଥାନ ସ୍ଵତନ୍ତ୍ର l କଳା, ସଂସ୍କୃତି ,ସାହିତ୍ୟ ଓ ରାଜନୀତି ପ୍ରତ୍ୟେକ କ୍ଷେତ୍ର ରେ ଗଞ୍ଜାମ ରେ ଭରପୁର ଭାବରେ ରହିଆସିଛି l ଲୋକାଚାର ତଥା ଯାନି ଯାତ୍ରା ରେ ମଧ୍ୟ ଜିଲ୍ଲା ର କୋଣ ଅନୁ କୋଣ ରେ ରହିଛି ବିଭିନ୍ନ ସମାବେଶ l ଜିଲ୍ଲା ରେ ଥିବା ୨୨ ଟି ବ୍ଲକ ମଧ୍ୟରେ ସୋରଡ଼ା ବ୍ଲକ ର ସ୍ଥାନ ଅନ୍ୟତମ l ଏହି ସୋରଡ଼ା ମାଟିର ଆରାଧ୍ୟ ଦେବୀ ମା କନ୍ଧୁଣୀ ଦେବୀ ଙ୍କ ଯାତ୍ରା ଏହି ଚଳିତ ମାସ ରେ ଅନୁଷ୍ଠତ ହୁଏ l ମା କନ୍ଧୁଣି ଦେବୀ ଙ୍କ ଯାତ୍ରା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ମା ଙ୍କ ଯାତ୍ରା ପାଇଁ ବାଲି ଆସି ଥାଏ l ଏହି ଯାତ୍ରା ର ପ୍ରଥମ ଦିନ ରେ ସୋରଡ଼ା ବଡ଼ ଠାକୁର ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ଆଜ୍ଞା ମାଳ ଆଣି ମା ଙ୍କ ବାଲି ଯାତ୍ରା ପାଇଁ ବାଲି ଆଣିବା ପାଇଁ ଗଞ୍ଜାମ ଜିଲ୍ଲା ର ଜୀବନ ଧାରା ବୋଲାଉଥିବା ପବିତ୍ର ପୂର୍ଣାତାୟା ଋଷିକୂଲ୍ୟା ନଦୀ ରେ ସମାହିତ ହେଉଥିବା ସ୍ଥାନୀୟ ଜରାଉ ନଦୀ ର ସଙ୍ଗମ ସ୍ଥଳରୁ ମାଁ ଙ୍କ ପାଇଁ ପୂଜା ଅର୍ଚ୍ଚନା କରି ମା ଙ୍କ ବାଲି ଅନାଯାଏ lଢୋଲ ମହୁରୀ ଶବ୍ଦରେ ସାରା ସହର କମ୍ପି ଉଠେ ଓ ସାରା ସହର ମାଁ ଙ୍କ ଅପାର କୃପା ଲାଭ କରିଥାନ୍ତି l

ଏହି ବାଲି ଙ୍କୁ ଆଣିବା ପୂର୍ବରୁ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଅଜ୍ଞା ଆଣି ବାଲି ଅଣାଯାଇ ମା ଙ୍କ ପାଖରେ ସମର୍ପିତ ହୋଈ ପଞ୍ଚ ଶସ୍ୟ କୁ ଭାଜି ସେଥିରେ ବିଛା ଯାଏ l ଏହି ଯାତ୍ରା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ପ୍ରଭୁ ଜଗନ୍ନାଥ ଙ୍କ ଠାରୁ ଅଜ୍ଞା ରେ ଆରମ୍ଭହୋଇ ମୂଳାଷ୍ଟମୀ ରେ ଶେଷ ହୁଏ l ମା କନ୍ଧୁଣୀ ଦେବୀ ଙ୍କ କଣ୍ଟା ପିଢ଼ା ଯାତ୍ରା ସୋରଡ଼ା ପୋଲିସ ପ୍ରଶାସନ ତରଫରୁ ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଙ୍କ ନେତୃତ୍ୱ ରେ ଏହି ବାଲିଯାତ୍ରା ଶାନ୍ତି ଶୃଙ୍ଖଳl ର ସହ ବାଲି ଅଣାଯାଇଥିଲା l

ସୋରଡ଼ା ରୁ ନାରାୟଣ ଡାକୁଆ

Leave a Reply

Your email address will not be published. Required fields are marked *