ଜାଣିରଖ ଏଇ କଥା
ଜାଣିରଖ ଏଇ କଥା
—–✍️ ଚିନ୍ମୟୀ ସାହୁ।
ବର୍ଷକର ପାଠ ସାରିବା ପାଇଁ
ନିତି ଅଳ୍ପ ଅଳ୍ପ କରି ପଢିଲେ
ସହଜ ହୁଅଇ ପାଠ ପଢ଼ିବାକୁ
ଜାଣିରଖ ଏଇ କଥାକୁ ପିଲେ।
ପରୀକ୍ଷା ପୂର୍ବର ଗୋଟିଏ ଦିନରୁ
ଯେତେ ହେଲେ ତୁମେ ରାମ୍ପି- ବିଦାରି
ବରଷକ ପାଠ ଦିନକରେ ହେବା
ସମ୍ଭବ କି କୁହ ଭାବି ବିଚାରି।
ପାଠଟିକୁ ଖାଲି ପଢି ଘୋଷି ଲେଖି
ପରୀକ୍ଷାରେ ହୋଇଗଲେ ଉତ୍ତୀର୍ଣ୍ଣ
କି ହେବ ଭଲକି ନ ବୁଝି ତଥ୍ୟକୁ
ଜୀବନରେ ନ ଲଗାଇଲେ ଧନ।
ବୁଝିବାକୁ ଏଇ ଜୀବନ- ସମାଜ
ଦୁନିଆର ଭଳି ଭଳିକି କଥା
ନିହାତି ଜରୁରୀ ବଞ୍ଚିବା ପାଇଁକି
ଶିକ୍ଷା ହିଁ ସହଜ ଜ୍ଞାନ ସର୍ବଦା।
ବିଦ୍ୟା ଉପାର୍ଜନେ ଜ୍ଞାନୀ ହୁଏ ଜଣେ
ସେ ଜ୍ଞାନ ବଳରେ ଜିଣେ ଦୁନିଆ
ଉତ୍କୃଷ୍ଟ ସହଜ ଜୀବନ ବଞ୍ଚେ ସେ
ହୁଏ ନାହିଁ କେବେ ସେ ତ ଛାନିଆ।
ବିଦ୍ୟା ତ ଅମୂଲ୍ୟ ମୂଲ ମୋର ଗେହ୍ଲା
ବୁଝି ଯା’ ସମୟ ଥାଇ କି ତୁହି
ବେଳ ଥାଉ ବୁଝି ଗଲେ ସବୁକିଛି
ପଶ୍ଚାତାପ କେବେ କରିବୁ ନାହିଁ।
ମୂଳିସିଂ, ସହର
ଜଗତସିଂହପୁର।
