କିଶୋର କୁମାର ଜେନା ପହଁଚିଲେ ସଞ୍ଜୟ କୁମାର ଦାସ ବର୍ମାଙ୍କ ବାସଭବନରେ
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କିଶୋର କୁମାର ଜେନା ୩ୟ ଜାତୀୟ ଓପନ ଜାଭେଲିନ୍ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ହାସଲ କରି ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ବାସଭବନରେ ପହଁଚିଥିଲେ । ଏହି ଅବସରରେ ଶ୍ରୀ ଦାସ ବର୍ମା ତାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ତାଙ୍କ ଭବିଷ୍ୟତ କାର୍ଯ୍ୟକ୍ରମ ନେଇ କିଛି ସମୟ ଆଲୋଚନା କରିଥିଲେ। ତାଙ୍କର ଏହି ସଫଳତା ଆଗାମୀ ଦିନରେ ଜାତୀୟ ସ୍ତରରେ ରାଜ୍ୟର ଅଧିକ ଯୁବପିଢ଼ିଙ୍କୁ ସାମିଲ ହେବାକୁ ଉତ୍ସାହିତ କରିବ ।
