କୋଣାର୍କ ଏନଏସିରେ ବିଜେଡିର ଜୋରଦାର ପ୍ରଚାର

କୋଣାର୍କ,୨୯.୦୫-କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଣାର୍କ ଏନଏସିରେ ବୁଧବାର ପୂର୍ବାହ୍ନରେ ବିଜେଡି ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର କରାଯାଇଛି। ବିଧାୟକ ପ୍ରାର୍ଥୀ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ କୋଣାର୍କର ସମସ୍ତ କର୍ମୀ ମାନଙ୍କ ସହ ବାଇକ ଶୋଭାଯାତ୍ରାରେ ଏନଏସିର ୧୩ ଟି ୱାର୍ଡ ରେ ବୁଲି ବୁଲି ଭୋଟ ଭିକ୍ଷା କରିଥିଲେ। ବିଜୁ ଜନତା ଦଳର ଜନ କଲ୍ୟାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ ଘରେ ଘରେ ପହଞ୍ଚାଇବା ସହ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ଏହି ଅବସରରେ କୋଣାର୍କ ନଗର ବିଜେଡ଼ି ସଭାପତି ଗୋପାଳ ଚନ୍ଦ୍ର ବେହେରା, ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଯୁବ ନେତା ସତ୍ରୂଜିତ ନାୟକ, ପଦ୍ମ ଚରଣ ବେଉରାଙ୍କ ସମେତ ସମସ୍ତ ୱାର୍ଡ ର ପ୍ରମୁଖ କର୍ମୀମାନେ ଉପସ୍ଥିତ ରହି ନିର୍ବାଚନ ପ୍ରଚାର ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *