ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତି ଦ୍ୱାରା ପ୍ରଚାର ରଥର ଶୁଭାରମ୍ଭ
ରାଉରକେଲା : ଜଗତର ନାଥ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଏବଂ ଭବ୍ୟ ୩୨ ବେଶ ଦର୍ଶନ ପୂଜନ ସହିତ ପାଞ୍ଚ ଦିବାସୀୟ ବିଷ୍ଣୁ ମାହାଯଜ୍ଞ ଆସନ୍ତା ୨୭ତାରିଖରୁ ସେକ୍ଟର-୨ ସ୍ଥିତ ଦୁର୍ଗା ପୂଜା ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି । ରାଉରକେଲା ର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ସଂଘଠନ ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତି ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଶ୍ରୀ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ୩୨ବେଶ ଦିବ୍ୟ ଦର୍ଶନ ସହିତ ବିଷ୍ଣୁ ମହାଯଜ୍ଞ ପାଞ୍ଚଦିନ ଧରି ଚାଲିବା ସହ ଆସନ୍ତା ୩୧/୫/୨୦୨୬ରେ ପୂର୍ଣାହୁତି ପରେ ସମାପ୍ତ ହେବ । ଏ ସମ୍ବନ୍ଧରେ ରାଉରକେଲା ତଥା ଏହାର ଆଖପାଖରେ ବସବାସ କରୁଥିବା ଆବାଳବୃଦ୍ଧବନିତାଙ୍କୁ ଜଣାଉବା ସହିତ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କ ଆହ୍ୱାନ କରିବା ପାଇଁ ଆଜି ସ୍ଥାନୀୟ ଗୋଲଘର ସ୍ଥିତ ଶିବ ମନ୍ଦିର, ତୁମକେଲା ଜଗନ୍ନାଥ ମନ୍ଦିର, ସେକ୍ଟର-୨ ମାର୍କେଟ ମନ୍ଦିର, ସେକ୍ଟର-୧୯ ଆଖଣ୍ଡଳମଣୀ ମନ୍ଦିର, ବନ୍ଧମୁଣ୍ଡା ତିଲକାନଗର ସ୍ଥିତ ଶିବ ମନ୍ଦିର, ଏବଂ ଫାର୍ଟିଲାଇଜର ମନ୍ଦିର ନିଜଟରୁ ଏହିପରି ମୋଟ ୬ଟି ସ୍ଥାନରୁ ୬ଟି ରାଥର (ପ୍ରଚାର) ସୁଭାରମ୍ବ ହୋଇଅଛି । ଏଠାରେ ସୂଚନାଯୋଗ୍ୟ କି ଏହି ପ୍ରଚାର ରଥ ମାଧ୍ୟମରେ ପ୍ରତ୍ୟେକ ଘରୁ ତୁଳସୀ ଚଉଁରାର ପବିତ୍ର ମାଟି ସଂଗ୍ରହ କରାଯାଇ କାର୍ଯ୍ୟକ୍ରମ ସ୍ଥଳରେ ଅନୁଷ୍ଠିତ ହେବାକୁ ଥିବା ୨୧ କୁଣ୍ଡିୟ ଯଜ୍ଞ କୁଣ୍ଡ ନିର୍ମାଣରେ ବ୍ୟବହୃତ ହେବ । ଆଜିର ଏହି ଉଦଘାଟନି କାର୍ଯ୍ୟକ୍ରମରେ ଗୌତମ ବାଡ଼ା, ବଳରାମ ସମାସୀ, ପ୍ରେମ ପସାୟତ, ପ୍ରଫୁଲ୍ଲ ମିଶ୍ର, ହେମନ୍ତ ଜେନା, ଅଶୋକ ଜୟସିଂ, ଲତୀକା ବେହେରା, ଯୋଗେନ୍ଦ୍ର ବେଉରିଆ ପ୍ରମୁଖଙ୍କ ସମେତ ଆୟୋଜନ କମିଟିର ସଦସ୍ୟମାନଙ୍କ ଦ୍ଵାରା ହୋଇଥିବା ବେଳେ ପ୍ରତ୍ୟେକ ସ୍ଥାନରେ ସ୍ଥାନୀୟ ଅଞ୍ଚଳବାସୀମାନେ ସହଯୋଗ କରିଛନ୍ତି । ରଥ ପ୍ରଚାର ଗାଡିର ସଂଯୋଜକ ଶ୍ରୀ ଶୁଭେନ୍ଦୁ ମାଝୀ(ସାଇ) ମଧ୍ୟ ଉପସ୍ଥିତ ଥିଲେ ।
