ନୟାହାଟ – ଶିଖର ରାସ୍ତା ପାଲଟିଛି ମରଣଯନ୍ତା

ନୟାହାଟ – ଶିଖର ରାସ୍ତା ପାଲଟିଛି ମରଣଯନ୍ତା ;କଷ୍ଟ ଭୋଗୁଛନ୍ତି ଯାତ୍ରୀ ଓ ଗ୍ରାମବାସୀ।ସ୍ଥାୟୀ ରାସ୍ତା ନିର୍ମାଣ ପ୍ରତିବାଦରେ ରାସ୍ତାରୋକ ।ଗୋପ -; ଗମନାଗମନ କରିବା ପାଈଁ ରାଜ୍ୟ ଓ କେନ୍ଦ୍ର ସରକାର ଭଲ ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ଦୀର୍ଘ ମାସ ହେବ ପୁରୀ ଜିଲ୍ଲାରୁ ତିନୋଟି ଜିଲ୍ଲାକୁ ସଂଯୋଗ କରିବା ସହ ମା ମଙ୍ଗଳା ପୀଠ ରୁ ମା ସାରଳା ପୀଠ କୁ ସଂଯୋଗ କରୁଥିବା ଏହି ରାସ୍ତା ଜନସାଧାରଣଙ୍କ ପାଈଁ ପାଲଟିଛି ମରଣଯନ୍ତା । ଚାଲିବା ଦୂରର କଥା, ଗାଡି ମୋଟର ଯିବା କଷ୍ଟକର । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଙ୍କ ନିଜ୍ଵସ ଘରକୁ ସଂଯୋଗ କରୁଥିବା ତଥା ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ନୟାହାଟ ରୁ ଶିଖରଘାଟ ସଂଯୋଗ କରୁଥିବା ଏହି ରାସ୍ତା ସରକାର ପରିବର୍ତ୍ତନ ହେବାର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଏହି ରାସ୍ତା ଉପରେ ସରକାରଙ୍କ ଦୃଷ୍ଟି ଏପର୍ୟ୍ଯନ୍ତ ପଡ଼ିନାହିଁ । ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ନୟାହାଟ ରୁ ଧୂମାଳ, ନରସିଂହପୁର, ବେତଣ୍ଡା ଦେଇ ଶିଖରଘାଟ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ଅବସ୍ଥା । ଲୋକେ ଜୀବନକୁ ବାଜି ଲଗାଇ ଦୁଇ ଚକିଆ ଯାନରେ ଯାତାୟତ କଷ୍ଟ ସାଧ୍ୟ ହେଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ,ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଯିବା କଷ୍ଟ କର ହୋଇପଡୁଛି ।

ଅନେକ ସମୟରେ ଦୁର୍ଘଟଣା ଘଟୁଛି । ତେବେ ଏ ଅଂଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବାରମ୍ବାର ବିଭାଗୀୟ ଅଧିକାରୀ ନେତା ମନ୍ତ୍ରୀ ଙ୍କୁ ରାସ୍ତା ସମ୍ପର୍କରେ ଅବଗତି କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସ୍ଥାନୀୟ ଗ୍ରାମବାସୀ କାକଟପୁର- ଭୁବନେଶ୍ୱର ମୂଖ୍ୟ ରାସ୍ତା ନୂଆହଟ ଠାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ପରେ ଗୋପ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନ କାରିଙ୍କ ସହ କଥାବାର୍ତ୍ତା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଶାସନ ଠାରୁ ପ୍ରତିଶୃତି ପାଇବା ପରେ ରାସ୍ତା ଅବରୋଧ ହଟିଥିଲା । କିନ୍ତୁ ରାଜ୍ୟ ସରକାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥି ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ହଜାର ହଜାର ମହିଳା, ଛାତ୍ର ଛାତ୍ରୀ ମାନଙ୍କ ସହ ବ୍ୟକ୍ତି ବିଶେଷ ମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ସମାଜସେବି ଅଭିମନ୍ୟୁ ସିଂ ଓ ମହମ୍ମଦ ସମସୁଲଙ୍କ ସହ ଗ୍ରାମବାସୀ ମାନେ ଧମକ ଦେଇଛନ୍ତି।

Leave a Reply

Your email address will not be published. Required fields are marked *