ପୁରୀ ରେ ଆଇସିଏସଆଇ ର ଦୁଇ ଦିନିଆ ବାର୍ଷିକ ସମ୍ମିଳନୀ

ପୁରୀ : ଦ ଇନଷ୍ଟିଟ୍ୟୁଟ୍ ଅଫ କମ୍ପାନି ସେକ୍ରେଟାରିଜ୍ ଅଫ ଇଣ୍ଡିଆ (ICSI) ର ଭୁବନେଶ୍ୱର ଶାଖା ପକ୍ଷରୁ ଦୁଇ ଦିନିଆ କମ୍ପାନି ସେକ୍ରେଟାରି ରାଜ୍ୟ ସମ୍ମିଳନୀ ପୁରୀ ରେ ଆରମ୍ଭ ହୋଇଯାଇଛି | ଏହି ତ୍ରିତ୍ତିୟ କମ୍ପାନି ସେକ୍ରେଟାରି ରାଜ୍ୟ ସମ୍ମିଳନୀର ନାଁ ରହିଛି “ପ୍ରାଧାର୍ଯ୍ୟମ୍ – Transcending Compliance, Empowering Leadership” | ଏହି ଦୁଇ ଦିନିଆ ସମ୍ମିଳନୀରେ ଓଡିଶା ସହ ପୂର୍ବ ଭାରତର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ରୁ ଅଧିକ କମ୍ପାନୀ ସେକ୍ରେଟାରୀ ଯୋଗଦେଇଛନ୍ତି।ଏହି ସମ୍ମିଳନୀରେ କର୍ପୋରେଟ୍ ଗଭର୍ନାନ୍ସ, କମ୍ପ୍ଲାଏନ୍ସରେ Artificial intelligence (AI) ର ଭୂମିକା, ନେତୃତ୍ୱ ରଣନୀତି ଓ ଉଦ୍ୟୋଗ ସମ୍ପର୍କିତ ବିଭିନ୍ନ ସମକାଳୀନ ବିଷୟ ଉପରେ ବିଶେଷ ଅଧିବେଶନ ଓ ଆଲୋଚନା ହୋଇଅଛି । ଏଥିରେ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଓ ବରିଷ୍ଠ କମ୍ପାନି ସେକ୍ରେଟାରିମାନେ ଅଂଶଗ୍ରହଣ କରିଛନ୍ତି । ନେଟୱର୍କିଂ ଓ ସମ୍ପର୍କ ବୃଦ୍ଧିର ବିଶେଷ ସୁଯୋଗ ମଧ୍ୟ ସୃଷ୍ଟି କରାଯାଇଛି।

ICSI ଭୁବନେଶ୍ୱର ଚ୍ୟାପ୍ଟରର ସଚିବ ସିଏସ୍ ନୀଳକଣ୍ଠ ସାମଲ ଏହି ସୂଚନା ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ଯ ଲ କମିଶନ ର ସଦସ୍ୟ ପ୍ରଫେସର ଡାଃ ଲଳିତ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ, ଓଡ଼ିଆ ବିଶ୍ୱବିଦ୍ୟାଳୟ, ପୁରୀ ର ଭାଇସ ଚାନ୍ସେଲର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ଯ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଆଇସିଏସଆଇ ଭୁବନେଶ୍ବର ଶାଖା ର ଚେୟାରମ୍ୟାନ ଶ୍ରୀଯୁକ୍ତ ଶ୍ରୀମନ୍ତ ବାବୁ, ସମ୍ପାଦକ ଶ୍ରୀଯୁକ୍ତ ନୀଳକଣ୍ଠ ସାମଲ, EIRC, ICSI ର ପୂର୍ବତନ ଚେୟାରମ୍ଯାନ ଶ୍ରୀଯୁକ୍ତ ସୌମ୍ଯଜିତ ମିଶ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *