ସାମ୍ବାଦିକମାନଙ୍କ ଦ୍ଵାରା ଦୀପଦାନ

ଇଁରାଜୀ ନବବର୍ଷର ପ୍ରଥମ ସକାଳର ସୂର୍ଯ୍ୟକୁ ସ୍ୱାଗତ କରିବା ପାଇଁ ଭଦ୍ରକ ଜିଲ୍ଲାର କାର୍ଯ୍ୟରତର ସାମ୍ବାଦିକ ମାନେ ଆଜି ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଏକତ୍ରିତ ହୋଇ ଜଗତ କଲ୍ୟାଣ ଲାଗି ଦୀପ ଜାଳିଥିଲେ। ଏଥିସହ ସାମ୍ବାଦିକତା ବୃତ୍ତିର ମର୍ଯ୍ଯାଦା ରଖିବା ସହ ଅନ୍ଯାୟ ଅନୀତିକୁ ଲୋକ ଲୋଚନକୁ ଆଣିବା ଲାଗି ଶପଥ ନେଇଥିଲେ। ଦୁଖୀ,ଦରିଦ୍ର ଏବଂ ଅସହାୟ ଲୋକଟିର ଦୁଃଖକୁ ସରକାର ପାଖରେ ସଠିକ ଭାବରେ ପହଞ୍ଚେଇବା ପାଇଁ କରିଥିଲେ ପଣ।
ବରିଷ୍ଠ ସାମ୍ବାଦିକ ଜ୍ଞାନ ପାଣିଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମଟିର ଆୟୋଜନରେ ଜିଲ୍ଲାର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।ଶେଷରେ ଜଗନ୍ନାଥଙ୍କ ପ୍ରସାଦ ସେବନ କରି ନୂତନ ବର୍ଷର ପ୍ରଥମ ଦିନକୁ ଉପଭୋଗ କରିଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *