ଆଜି ଭଦ୍ରକ ଲାୟନ୍ସ କ୍ଲବ ତରଫ ରୁ ଜଳଛତ୍ର ଉଦଘାଟନ

ଆଜି ପବିତ୍ର ପଣାସଂକ୍ରାନ୍ତି ଉପଲକ୍ଷେ ଲାୟନ୍ସ କ୍ଲବ ତରଫ ରୁ ଜଳଛତ୍ର ଭଦ୍ରକ ର ଥାନା ଛକ ନିକଟରେ ଉଦଘାଟିତ ହୋଇ ଯାଇଛି | ଲାୟନ୍ସ କ୍ଲବ ର ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ( ବାପି ଭାଈ) ଏବଂ ଭଦ୍ରକ ମୁନ୍ସିପାଲ ଚେୟାର ପର୍ସନ ଗୁଲମୁଖୀ ହବିବ ଫିତା କାଟି ଶୁଭାରମ୍ଭ କରିଥିଲେ ।

ଗ୍ରୀଷ୍ମ ପ୍ରବାହ ରେ ଲୋକ ମାନେ ଜଳ ପାଇଁ ଆସ୍ତ ବିସ୍ତ ହେଉଯାଉଥିବା ବେଳେ ଲାୟନ୍ସ କ୍ଲବ ଆନୁକୁଲ୍ଯରେ ଜଳଛତ୍ର ଆୟୋଜିତ ହୋଇଥିଲା । ଅଶୋକ ମହାନ୍ତି କହିଥିଲେ ,ଏହା ମହାବିଷୁବ ସଂକ୍ରାନ୍ତି ରୁ ଆରମ୍ଭ ହୋଇ ଦୁଇ ମାସ ଧରି ଜଳଛତ୍ର ପ୍ରଦାନ କରାଯାଏ । ବିଗତ ଦିନରେ ଲାୟନ୍ସ କ୍ଲବ ତରଫ ରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଶୋକ ମହାନ୍ତି ଜଣେ ସମାଜ ସେବୀ ଅଟନ୍ତି, ଲାୟନ୍ସ କ୍ଲବ ର ସମସ୍ତ ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ ଶେଷ ରେ ଭଦ୍ରକ ମ୍ୟୁନିସିପାଲଟି ର ଚେୟାରମ୍ୟାନ ଗୁଲମୁଖୀ ହବିବ ଧନ୍ୟବାଦ ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *