⚫❗⚫ 🍁 ll ବସୁମତୀ ସ୍ନାନ ll 🍁

⚫❗⚫ 🍁 ll ବସୁମତୀ ସ୍ନାନ ll 🍁 ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ ପାଞ୍ଚ ଦିନ ଧରି ପାଳିତ ହେଉଥିବା ଏହି ପର୍ବର ଶେଷ ଦିନକୁ *ବସୁମତୀ ସ୍ନାନ* କୁହାଯାଏ। ବିଶ୍ୱାସ ରହିଛି, ରଜ ତିନିଦିନ ରଜବତୀ ଥିବା ଧରିତ୍ରୀ ମାଆ ଏହି ସମୟରେ ବିଶ୍ରାମ କରିଥାନ୍ତି। ରଜରେ କୌଣସି ବି କୃଷି କାର୍ଯ୍ୟ କରାଯାଏ ନାହିଁ। ପଞ୍ଚମ ଦିନ ରଜରେ ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ବସୁମତୀ ସ୍ନାନ କରାଯାଏ। ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ ।ଏହାପରେ ହିଁ ସକଳ ଶୁଭ କାମ ଆରମ୍ଭ କରାଯାଇଥାଏ ।ବସୁମତୀ ସ୍ନାନ ବିଧି ମୁତାବକ ପାଳନ କରାଯାଇଥାଏ। ଏହି ଦିନ ଘରର ମହିଳାମାନେ ମୁଣ୍ଡ ଧୋଇ ଗାଧୋଇ ବସୁମତୀ ସ୍ନାନ କରି ଥାନ୍ତି ଏବଂ ମହାଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି। ବଡ଼ି ସକାଳୁ ପ୍ରଥମେ ପୂଜା ସ୍ଥାନକୁ ଲିପାପୋଛା କରି ନିଆଯାଏ। ସେଠାରେ ମଣ୍ଡଳ ବା ଚିତା ପକାଇ କଳସ ସ୍ଥାପନ କରାଯାଏ।ଚିତା ଉପରେ ପିଢ଼ା ରଖି ତା’ ଉପରେ ନାଲି କପଡ଼ା ପକାଯାଏ। ପୁଣି ତା’ ଉପରେ ନୂଆ ଗୁଆ ରଖି ସେଥିରେ ଚନ୍ଦନ ଓ ସିନ୍ଦୁର ଲଗାଯାଏ। ଏହାପରେ ଶୀଳପୁଆ ଆଣି ପିଢ଼ା ପାଖରେ ରଖାଯାଏ। ସେଥିରେ ମଧ୍ୟ ଚନ୍ଦନ, ସିନ୍ଦୁର ଲଗାଯାଏ। ଗୁଆ ପାଖରେ ସିନ୍ଦୁର ଡବା ଓ କଜଳପାତି ରଖାଯାଇଥାଏ।ଶୀଳପୁଆକୁ ଦୁବ ଓ ଫୁଲରେ ସଜା ଯାଇଥାଏ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ ।ବସୁମତୀ ସ୍ନାନ ଦିନ ଆମ୍ବ, ପଣସ, କଦଳୀ, ମୁଗ ଆଦି ଭୋଗ କରାଯାଏ। ଶେଷରେ ମହାଲକ୍ଷ୍ମୀଙ୍କ ନାମରେ ଆଳତି, ବନ୍ଦାପନା କରାଯାଇଥାଏ। ବସୁମତୀ ସ୍ନାନ ଚଉରା ମୂଳରେ ନଚେତ ଦାଣ୍ଡ ଅଗଣାରେ ହୋଇଥାଏ ଲଷ୍ମୀ ମା ଜଗତର କଲ୍ୟାଣକାରି, ମଙ୍ଗଳଦାତ୍ରୀ, ତାଙ୍କରି ଦୟାରେ ଏ ଯିବ ଜଗତ ପାଳିତ ହେଉଛି । ମାଙ୍କ ପୂଜା ଆରଧନା କରି ଲୋକେ ନିଜକୁ ଧନ୍ୟ ମନେ କରନ୍ତି । ବସୁମତୀ ସ୍ନାନ ପରିପେକ୍ଷିରେ ଓଡିଶାର ପୂରପଲ୍ଲୀରେ ଲଷ୍ମୀଙ୍କ ପୂଜା, ଭୋଗ, ଆଳତି କରାଯାଇଥାଏ l ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି । *🙏🪷ଜୟ ମା ମହାଲକ୍ଷ୍ମୀ🪷🙏* *🙏🌹ଜୟ ଶ୍ରୀଜଗନ୍ନାଥ 🌹🙏*

Leave a Reply

Your email address will not be published. Required fields are marked *