ମହୋଦଧି କୂଳ ସଫେଇ ଅଭିଯାନ

ପୁରୀ: ରିଲାଏନ୍ସ ଫାଉଣ୍ଡେସନ , ଦି ବେଲ୍, ରାଷ୍ଟ୍ରୀୟ ସଦଭାବନା ମଞ୍ଚ, ମାଇଁ ଭାରତ–ପୁରୀ ଓ ଦି ମୀରରର ମିଳିତ ସହଯୋଗରେ ‘ସ୍ୱଚ୍ଛତା ହିଁ ସେବା’ ଓ ‘ସେବା ପକ୍ଷୱାଡ଼ା’ ଅବସରରେ ପୁରୀ ସମୁଦ୍ରକୂଳରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି। ଦିଗବାରେଣି ଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଆୟୋଜିତ ଏହି ଅଭିଯାନରେ ୧୦୦ରୁ ଅଧିକ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ।ପୁରୀ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ତଥା ସହ-ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ ଏହାକୁ ଉଦ୍‌ଘାଟନ କରିଥିଲେ। ଦି ମୀରରର ସଭାପତି ଲାୟନ ସଞ୍ଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମର ରୂପରେଖା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଦି ବେଲ୍‌ର ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ରାୟ ଆଗାମୀ ଦିନରେ ସମୁଦ୍ରକୂଳକୁ ସ୍ୱଚ୍ଛ ରଖିବା ପାଇଁ ନିରନ୍ତର ପ୍ରୟାସ କରାଯିବ ବୋଲି କହିଥିଲେ। ଏହି ଅବସରରେ ପୁରୀ ବିଚ ଫଟୋଗ୍ରାଫର ମହାସଂଘର ସମ୍ପାଦକ ସିଙ୍ଗଲ ଶିବା ଓ ଉପ ସଭାପତି ଶ୍ରୀଧର ପଣ୍ଡାଙ୍କୁ ସମ୍ମାନିତ କରାଯାଇ ଥିଲା।ରିଲାଏନ୍ସ ଫାଉଣ୍ଡେସନ ର ପୁରୀ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା, ରାଷ୍ଟ୍ରୀୟ ସଦଭାବନା ମଞ୍ଚ ର ଆବାହକ ଶ୍ରୀଯୁକ୍ତ ସମୀର କୁମାର ପଟ୍ଟନାୟକ, ସନ୍ଦୀପ କର୍ମକାର, ଦି ବେଲର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁକାନ୍ତ କୁମାର ପଣ୍ଡା, ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ପାତ୍ର, କୋଷଧ୍ୟକ୍ଷା ଶ୍ରୀମତୀ ବନିତା ଦୀକ୍ଷିତ, ଦି ମୀରର ର ସଦସ୍ୟ ବିପିନ ଭୋଇ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ।

Leave a Reply

Your email address will not be published. Required fields are marked *