ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସୋରଡ଼ା ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ସୋରଡା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ ହୋଇ ଯାଇଛି। ତିନି ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗତ ୨ ତାରିଖରୁ ଆରମ୍ଭ ହୋଇ ୪ ରେ ସମାପ୍ତ ହୋଇଥିଲା। ଏହି ଆୟୋଜିତ ଶିବିରରେ ପ୍ରାୟ ୫୦ ଜଣ ବିଦ୍ୟାର୍ଥୀ ଅଭ୍ୟାସରେ ଭାଗ ନେଇଥିଲେ। ଗଞ୍ଜାମ ଜିଲ୍ଲା ବିଭାଗ ଧର୍ମ ଜାଗରଣ ପ୍ରମୁଖ ଶ୍ରୀ ସିମାଞ୍ଚଳ ମିଶ୍ର, ଗଞ୍ଜାମ ବିଭାଗ ସେବା ପ୍ରମୁଖ ଶ୍ରୀ ଅରୁଣ ନାୟକ, ସହ କାର୍ଯ୍ଯବହ ଗୋବିନ୍ଦ ଚନ୍ଦ୍ର ପାଢି, ବରିଷ୍ଠ ସ୍ବୟଂ ସେବକ ଉପେନ୍ଦ୍ର ନାଥ ପାତ୍ର, ସୋରଡା ଖଣ୍ଡ ବୌଦିକ ପ୍ରମୁଖ ଦଣ୍ଡପାଣି ପଣ୍ଡା, ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ରଥଙ୍କ ସମେତ ବହୁ ସ୍ବୟଂ ସେବକଙ୍କ ସହଯୋଗରେ ଆୟୋଜିତ ଶିବିର ସଫଳ ହୋଇଥିଲା।

ସେହିଭଳି ସୋରଡା ବିଧାୟକ ନୀଳମଣି ବିଷୋୟୀ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି ଶିବିର ରେ ଭାଗ ନେଇଥିବା ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ସୋରଡ଼ା ବିଜେପି ନଗର ସଭାପତି ଭି. ଜଗଦୀଶ ରାଜୁଙ୍କ ସମେତ ଅନ୍ୟ ବିଜେପି ସଭ୍ୟ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *