ମହିମା ଅଲେଖ ଆଶ୍ରମ ମଠାଧୀଶଙ୍କ ନିମନ୍ତେ ସ୍ମୃତିସଭା

କାକଟପୁର, ୦୬.୦୮- କାକଟପୁର ନିକଟସ୍ଥ ଦେବୀ ନଦୀ ନିକଟ ବାୟାଁପଡା ରେ ଥିବା ମହିମା ଅଲେଖ ଆଶ୍ରମର ମଠାଧୀଶ ସନ୍ଥ ଅର୍ଜୁନ ତରାଇ ଗତ ମାସ ୨୭ ତାରିଖରେ ସାଧୁ ଓ ଶ୍ରଦ୍ଧାଳୁ ମାନଙ୍କୁ ଶୋକ ସାଗରରେ ଭସାଇ ଦେଇ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ନିମନ୍ତେ ତାଙ୍କର ପୈତୃକ ଗୃହ କନ୍ଦଳପୁର ଠାରେ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ବା ଶୋକ ସଭା ଆୟୋଜିତ ହୋଇଥିଲା। ସ୍ଵର୍ଗତ ଅର୍ଜୁନ ତରାଇ ଜଣେ ଉତ୍ତମ ଓ ଆଦର୍ଶ ସନ୍ଥ ଥିଲେ। ମହିମା ଧର୍ମ ଗ୍ରହଣ କରି ତାର ପ୍ରଚାର ପ୍ରସାର କରିବା ସହ ବାୟାଁପଡା ଠାରେ ଥିବା ମହିମା ଅଲେଖ ଆଶ୍ରମ ପ୍ରତିଷ୍ଠା କରିଥିଲେ। ସେଠାରେ ମଠାଧୀଶ ଭାବେ କାର୍ଯ୍ୟ କରିବା ସହ ମହିମା ଧର୍ମର ଅନେକ ପ୍ରଚାର ପ୍ରସାର କରିବା ସହ ଅନେକ ଶିଷ୍ୟ ତିଆରି କରିଥିଲେ।

ଏଥି ସହିତ ସମାଜସେବା କରି ଲୋକଙ୍କ ଭଲମନ୍ଦ ବୁଝୁଥିଲେ। ସେ ଜଣେ ଯୋଗଜନ୍ମା ସାଧୁ ଓ ଉତ୍ତମ ଚରିତ୍ରର ବ୍ୟକ୍ତିତ୍ଵ ଥିଲେ। ସ୍ମୃତି ସଭାରେ ତାଙ୍କ ପୂତ୍ର ନିରଞ୍ଜନ ତରାଇ, ବରିଷ୍ଠ ପ୍ରଶାସକ ତଥା ସାନ ପୁଅ ପ୍ରଭାତ ତାରାଇ, ଝିଅ ରଞ୍ଜନା , ଜ୍ବାଇଁ ମାନସ ଓ ପୁତୁରା ରତ୍ନାକର ତରାଇ ଙ୍କ ସହ ଶିକ୍ଷାବିତ୍ ଡଃ ହୃଦାନନ୍ଦ ସାସମଲ୍, ସାଧୁ ଚରଣ ବିଶ୍ଵାଳ, ପ୍ରାଧ୍ୟାପକ ମନୋଜ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଭଜନ ସମାରୋହ ସହିତ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *