ଖୋର୍ଦ୍ଧା ରୋଡ ରେଳମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ ବାତିଲ୍ ।

ଖୋର୍ଦ୍ଧା ରୋଡ ରେଳମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ ବାତିଲ୍ ।ଭୁବନେଶ୍ୱର, ୧୯ ଅକ୍ଟୋବର ୨୦୨୬ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା ଦୃଷ୍ଟିରୁ ନିମ୍ନଲିଖିତ ମେମୁ ଟ୍ରେନ୍‌ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ବାତିଲ୍ କରାଯାଇଛି।ବାତିଲ୍ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକଟ୍ରେନ୍ ନଂ ୬୮୪୨୪/୬୮୪୨୩ କଟକ–ଭଦ୍ରକ–କଟକ ମେମୁ ଟ୍ରେନ୍ ୨୦ ଅକ୍ଟୋବରରୁ ୨୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ୍ ରହିବ।ଟ୍ରେନ୍ ନଂ ୬୮୪୩୮/୬୮୪୩୭ କଟକ–ଭଦ୍ରକ–କଟକ ମେମୁ ଟ୍ରେନ୍ ୨୦ ଅକ୍ଟୋବରରୁ ୨୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ୍ ରହିବ।ଟ୍ରେନ୍ ନଂ ୬୮୪୧୧/୬୮୪୧୨ ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ମେମୁ ଟ୍ରେନ୍ ୨୧ ଅକ୍ଟୋବରରୁ ୨୪ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ୍ ରହିବ।ଟ୍ରେନ୍ ନଂ ୬୮୪୦୯/୬୮୪୧୦ ଖୋର୍ଦ୍ଧା ରୋଡ–ପୁରୀ–ଖୋର୍ଦ୍ଧା ରୋଡ ମେମୁ ଟ୍ରେନ୍ ୨୧ ଅକ୍ଟୋବର ୨୦୨୬ରୁ ୧୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବାତିଲ୍ ରହିବ।ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *