ହେ ଦୟାମୟୀ
ହେ ଦୟାମୟୀ ଜଗତ୍ ଜନନୀ ଘେନ ମୋର ନମସ୍କାର
ଶାରଦୀୟ ପୂଜା ପାଉଛୁ ଲୋ ମାଆ ତୋତେ କୋଟିଏ ଜୁହାର।
ଘଟଗାଁ ରେ ତାରିଣୀ ରୂପରେ ପୁଜା ପାଉଛୁ ଲୋ ମାଆ
କଟକରେ କଟକ ଚଣ୍ଡୀ ରୂପେ ତୁହି ସମସ୍ତ ଙ୍କ ର ସାହା।
ଯାଜପୁର ପୁରେ ବିରଜା ରୂପରେ ତୁହି ମା ପୂଜିତ
ସମଲେଶ୍ଵରୀ ମନ୍ଦିର ରେ ପୂଜା ପାଉ ମାଆ ସର୍ବ ଲୋକେ ଯେ ବିଦିତ।
ଝଙ୍କଡ଼ ରେ ଶାରଳା ମାଆ ଲୋ କପିଳାସ ର ପାର୍ବତୀ
ଷୋଳପୂଜା ରେ ପୂଜା ପାଆ ମା ନାଶ କରେ ଯେ ଦୁର୍ଗତି।
ଦେବୀ ପିଠ ଆଜି ଚଳ ଚଞ୍ଚଳ ଯେ ମାଆ ଆରଧାନା ପାଇଁ
ଦୁର୍ଗତି ନାଶିନୀ ଦୁର୍ଗା ପୂଜା ପାଏ ଭକ୍ତ ଗଣ ଯାନ୍ତି ଧାଇଁ।
ଆହେ ଦୟାମୟୀ ଜଗତ୍ ଜନନୀ ଘେନ ମୋର ନମସ୍କାର
ଆଶିଷ ଲଭିବ ନିଶ୍ଚୟ ଲୋ ମାଆ ତୋତେ କୋଟିଏ ଜୁହାର।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *