ଏକ କ୍ଷୀର ଗାଡି ଦୁର୍ଘଟଣା
କୋଣାର୍କ – ଗୋପ ରାସ୍ତାର କୁନ୍ଦୁରା ଛକ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୮ଘଟିକାରେ ନିକଟସ୍ତ ରେଢ଼ୁଆ ଗ୍ରାମର ୭୦ ଶମ୍ଭୁ ପଣ୍ଡା ନାମକ ବୃଦ୍ଧ ରାସ୍ତାରେ ଯାଉଥିବା ସମୟରେ ମିଲ୍କ ମୁଁ କମ୍ପାନୀର ଏକ କ୍ଷୀର ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ଲୋକମାନେ କ୍ଷତିପୂରଣ ଦାବି ଓ ଗାଡି ଧରିବା ପାଇଁ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
