“ମା’ ମାଟି”

“ମା’ ମାଟି”

ରଜନୀକାନ୍ତ ରଥ ,ଜଗନ୍ନାଥପୁର ଶାସନ, ରାଜନଗର କେନ୍ଦ୍ରାପଡ଼ା ।

ଜନନୀ ଜଠ ରୁ ଯେବେ ମୁଁ ପଡ଼ିଲି
କୁଆଁ କୁଆଁ ରାବ ଦେଇ
କୋଳେଇ ନେଲା ମାଟି ମା’ ମୋତେ
କେବେ କରି ନାହିଁ ପର ।

ତାହାରି କୋଳରେ ହସି ଖେଳି ମୁହିଁ
ଏଡ଼େ ବଡ଼ ଟିଏ ହେଲି।
ଆଡେଇ ଦେଇନି କେତେବେଳେ ମୋତେ, କରି ନାହିଁ ହତାଦର ।
ଧୂଳି ଖେଳ ଠାରୁ ଆହୁରି ଅନେକ
ଅର୍ଦ୍ଦଳି କରିଛି କେତେ,
ଦୂରେଇ ଦେଇନି କେତେବେଳେ ମୋତେ, କରିଛି ମୋତେ ନିଜର ।
ପେଟ ପୋଷିବାକୁ ତାହାରି ବକ୍ଷ କୁ
କରିଛି ମୁଁ ବିଦାରଣ ।

ବିଚଳିତ କେବେ ହୋଇନି ସେ
ସହି ଯାଇଛି ସବୁ କଷଣ ।
ଯେତେ ଯାତନା ଦେଲେ ମୁଁ ତାହାକୁ
ପର ମଣେ ନାହିଁ ମୋତେ।
ଧନ୍ୟ ସେ ଜନନୀ ଧନ୍ୟ ତୋର
ତ୍ୟାଗ ପାଳୁ ଥାଉ ଅବିରତେ ।
କୋଟି କୋଟି ପୁଅ ପାଳୁ ଅଛୁ ତୁହି
ପାତର ଅନ୍ତର ନାହିଁ ତୋ ପାଶେ।
ତୋର ଶ୍ରୀ ପୟରେ ମଥା ରଖି ମୁହିଁ
ମାଗୁଛି ଆଶୀଷ ତୋତେ ।
ତୋହରି ସେବାରେ ଯାଉ ମୋର ପ୍ରାଣ ଏତିକି ମୋର ମିନତୀ ।

Leave a Reply

Your email address will not be published. Required fields are marked *