ନାଳନ୍ଦା ବିଦ୍ୟାମନ୍ଦିରରେ ଅଦ୍ଭୂତପୂର୍ବ ସଫଳତା

*ନାଳନ୍ଦା ବିଦ୍ୟାମନ୍ଦିରରେ ଅଦ୍ଭୂତପୂର୍ବ ସଫଳତା।ଦଶମ ରେ ଥିଲା 518 ମାର୍କ,ଯୁକ୍ତ-2ରେ ହେଲା 556ମାର୍କ।**ନାଳନ୍ଦା ବିଦ୍ୟାମନ୍ଦିରରେ ୯୨% ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ସହ 500ମାର୍କରୁ ଉର୍ଦ୍ଧ 65ଜଣ ଛାତ୍ରଛାତ୍ରୀଙ୍କ କୃତିତ୍ୱ*ବ୍ରହ୍ମପୁର: ବ୍ରହ୍ମପୁର ଜୟପ୍ରକାଶ ନଗର ସ୍ଥିତ ନାଳନ୍ଦା ବିଦ୍ୟାମନ୍ଦିର ବିଦ୍ୟାର୍ଥୀ ପୁଣି ରେକର୍ଡ କରିଛନ୍ତି l ବିଦ୍ୟାମନ୍ଦିରରେ ୯୨ ପ୍ରତିଶତ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।୯ଜଣ ବିଦ୍ୟାର୍ଥୀ ୯୦ପ୍ରତିଶତରୁ ଅଧ‌ିକ ନମ୍ବର ରଖି ପାସ୍‌ କରିଛନ୍ତି।ଅଭିସ୍ପା ପାତ୍ର ୯୨.୬୭ ପ୍ରତିଶତ ମାର୍କ ରଖି ବିଦ୍ୟାମନ୍ଦିର ଟପ୍ପର ହୋଇଥିବା ବେଳେ ସ୍ଵାଗତିକା ପ୍ରଧାନ, ଆଲୋକ ଜେନା, ଅସ୍ମିତ ମହାରଣା, ଦୁସ୍ମନ୍ତ ପ୍ରଧାନ, ଲକ୍ଷ୍ମୀପ୍ରିୟା ବେହେରା, ଦିବ୍ୟଜ୍ଞାନ ବିଶ୍ବାଳ, ଆଶୁତୋଷ ମହାରଣା ଓ ଦେବ ପ୍ରସାଦ ସାବତ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାମନ୍ଦିର ପାଇଁ ଗୌରବ ଆଣିଛନ୍ତି।ଅଭିପ୍ସା ପାତ୍ର ବଡ଼ଗଡ଼ ଗାଁ ର ହୋଇଥିବା ବେଳେ ଦଶମ ବୋର୍ଡ ପରୀକ୍ଷାରେ ସର୍ଵମୋଟ ମାର୍କ 518 ରଖିଥିବା ବେଳେ ବ୍ରହ୍ମପୁର ସ୍ଥିତ ନାଳନ୍ଦା ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ଅଧ୍ୟୟନ କରିବାକୁ ଆଗ୍ରହୀ ହୋଇଥିଲେ।ଦୁଇବର୍ଷ ଧରି ନାଳନ୍ଦା ବିଦ୍ୟା ମନ୍ଦିରରେ ଉତ୍ତମ ଶିକ୍ଷା ପାଇବା ସହ ନିଜର ପରିଶ୍ରମ ବଳରେ ଯୁକ୍ତ-2ରେ 556 ମାର୍କ ରଖିଛନ୍ତି।ଯାହାକି ନାଳନ୍ଦା ବିଦ୍ୟା ମନ୍ଦିରରେ ପ୍ରଥମ ସ୍ଥାନ ଭାବେ ସଫଳତା ପାଇଛନ୍ତି।ଝିଅର ସଫଳତା ପାଇଁ ଅଭିସ୍ପାର ମାଆ ବେସ୍ ଖୁସିଥିବା ବେଳେ ପୁରା ଅନୁଷ୍ଠାନର କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ।ଏମିତିକି ଅନୁଷ୍ଠାନର ଶିକ୍ଷା ଶୈଳୀ କେଉଁଭଳି ଭାବେ ଦିଆଯାଏ।ତାହା ଗଣମାଧ୍ୟମ ଆଗରେ ଗୋଟି ଗୋଟି କରି ବଖାଣିଥିଲେ।ଅଧ୍ୟକ୍ଷ ଭଗବାନ ସାହୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ଦାଶ ଓ ଉପଦେଷ୍ଟା ବସନ୍ତ କୁମାର ମହାପାତ୍ର ଆଜି କୃତିତ୍ଵ ହାସଲ କରିଥିବାବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି। ଅଧ୍ଯକ୍ଷ ସାହୁ କହିଛନ୍ତି, ବିଦ୍ୟାମନ୍ଦିରରେ ଅଭିଜ୍ଞ ଶିକ୍ଷକ ମଣ୍ଡଳି ଓ ପିଲାଙ୍କ ପରିଶ୍ରମ ହିଁ ଏହି ସଫଳତା ଦେଇଛି। ପିଲାଙ୍କୁ ପାଠ୍ୟ ପୁସ୍ତକ ସହ ସାଧାରଣ ଜ୍ଞାନ ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେବା ପାଇଁ ପ୍ରସ୍ତୁତ କରାଯାଉଛି। ଦୀର୍ଘ ୬ବର୍ଷ ହେଲା ବିଦ୍ୟାର୍ଥୀମାନେ ବିଦ୍ୟାମନ୍ଦିରରଗୌରବକୁ ବଜାୟ ରଖିଛନ୍ତି ।ବ୍ରହ୍ମପୁର ରୁ ନାରାୟଣ ମହାଙ୍କୁଡ଼ ଙ୍କ ରିପୋର୍ଟ ::ତ୍ରିର୍ଥ କ୍ଷେତ୍ର ଲାଇବ

Leave a Reply

Your email address will not be published. Required fields are marked *