ଶୁଳିଆପଦା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,କୁଜିଡିହୀରେ ଶକ୍ତି କ୍ଲବ ଦ୍ୱାରା ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ
ଶୁଳିଆପଦା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,କୁଜିଡିହୀରେ ଶକ୍ତି କ୍ଲବ ଦ୍ୱାରା ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଅଛି।ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀପକ କୁମାର ବେହେରା ସଭାପତିତ୍ୱ କରିଥିଲେ। ତତ୍ ସହିତ ଶକ୍ତି କ୍ଲବର ପରିଚାଳିକା ଶିକ୍ଷୟିତ୍ରୀ ଶୁଭ୍ରା ଭାରତୀ ତଥା ମଞ୍ଜୁଶ୍ରୀ ସାହୁ ଓ ଅନ୍ୟ ଶିକ୍ଷକ ଶିକ୍ଷିକା ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।ବିଦ୍ୟୁତକୁ କିଭଳି ସଠିକ୍ ବିନିଯୋଗ କରି ଆଗାମୀ ଭବିଷ୍ୟତକୁ ସୁରକ୍ଷା କରିପାରିବା, ଘରେ ବୈଦ୍ୟୁତିକ କାର୍ଯ୍ୟ ତାଲିମପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କ ଦ୍ୱାରା କରାଇବେ ଏବଂ ବିଦ୍ୟୁତ ଦାଉରୁ କିଭଳି ରକ୍ଷା ପାଇପାରିବା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ଏଥିସହିତ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରକାର ଚିତ୍ର ପ୍ରଦର୍ଶିତ କରାଯାଇ ସଚେତନତା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ଲାକାର୍ଡ ଧରି ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଶିକ୍ଷକ ଦୀପକ କୁମାର ଗୋଛାଏତ୍ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟୁତ ସତର୍କତା ଉପରେ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଟିନା ବେହେରା, ପାନ୍ନା ମୁର୍ମୁ, ସୁମିତ୍ରା ଦାସ, ଜୟନ୍ତୀ ସିଂ, ଦିପ୍ତୀମୟୀ ସେଠୀ ଓ କର୍ମଚାରୀ ପ୍ରବୀର କୁମାର ସି, ମଧୁସୂଦନ ସିଂ, ପ୍ରତିଭା ମଞ୍ଜରୀ ମହାନ୍ତ ସହଯୋଗ କରିଥିଲେ।ପରିଶେଷରେ ସଂସ୍କୃତଶିକ୍ଷକ ଅବିନାଶ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।
