ଏନ ଡି ଆର ଏଫ୍ ଏବଂ ଦମକଳ ବାହିନୀ କୁ ସଜାଗ

:- ସମ୍ଭାବ୍ୟ ବାତ୍ୟା ଆସୁଥିବାରୁ ଜନ ସାଧାରଣ ମାନେ ସଜାଗସତର୍କ ରହିବା ସହ ସମୁଦ୍ର ଉପକୂଳ ଅଞ୍ଚଳ ଏବଂ ତଳିଆଅଞ୍ଚଳର ଲୋକ ମାନେ ନିକଟ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ବିଦ୍ୟାଳୟ ରେ ଚାଲିଯିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି। ଜିଲ୍ଲାର ସଦର ମହକୁମା ଏବଂ ୭ ଟି ବ୍ଲକ ଯଥା ଚାନ୍ଦବାଲି,ବାସୁଦେବପୁର,ଧାମନଗର,ବନ୍ଧୁ,ଭଦ୍ରକ,ତିହିଡି, ଭଣ୍ଡାରି ପୋଖରୀ,ରେ ଓଡ୍ରାଫ୍, ଏନ ଡି ଆର ଏଫ୍ ଏବଂ ଦମକଳ ବାହିନୀ କୁ ସଜାଗ ପାଇଁ ପଠା ଯାଇଛି।

ଜିଲ୍ଲାରେ ଖାଉଟି ସାମଗ୍ରୀ ଆଳୁ ଚଢ଼ା ଦରରେ ବେପାରୀ ମାନେ ବିକ୍ରି କରୁ ଥିବାରୁ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଏବଂ ଯୋଗାଣ ବିଭାଗ ସ୍ମାର୍ଡ ଅଧୂକାରୀ ପହଞ୍ଚି ଲୁଚେଇ ରଖୁଥ‌ିବା ଆଳୁ ପିଆଜ କୁ ଜବତ କରି ଯୋରି ମାନା କରିବା ସହ ୩୦ ଟଙ୍କା ରେ ଆଳୁ ଏବଂ ୫୫ ଟଙ୍କାରେ ପିଆଜ ବିକ୍ରି ପାଇଁ ନିଦ୍ଧେଶ ଦେଇ ଛନ୍ତି।ଯେପରି ଲୋକ ମାନେ ଖାଉଟି ସାମଗ୍ରୀ ରୁ ବଞ୍ଚିତ ନ ହୁଅନ୍ତି ଏଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ଉପ ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *