ଓଡ଼ିଶାରେ ଗଡ଼ିଲା ନୂତନ ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାରେ ଗଡ଼ିଲା ନୂତନ ବନ୍ଦେ ଭାରତ ଏକ୍ସପ୍ରେସ, ବାଲୁଗାଁ ଷ୍ଟେସନ ରେ ଭବ୍ୟ ସ୍ୱାଗତ !ବାଲୁଗାଁ,15/09:ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାରା ଭାରତରେ 6 ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ର ଶୁଭାରମ୍ଭ କରିଥିବା ବେଳେ , ଓଡିଶା ରେ ବ୍ରହ୍ମପୁର ରୁ ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ ର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି  । ଟ୍ରେନ୍ର ଶୁଭାରମ୍ଭ ସମାରୋହକୁ ମାନ୍ୟବର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ୍ ( VC ) ମାଧ୍ୟମରେ ଉଦଘାଟନ୍ କରିଛନ୍ତି । ଏହି ପରିପ୍ରେକ୍ଷୀରେ  ବାଲୁଗାଁ ରେଳ ଷ୍ଟେସନର 4 ନମ୍ବର ପ୍ଲାଟଫର୍ମ ରେ ରେଳ ବିଭାଗ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ରେଳ ବିଭାଗ ତରଫରୁ ଆଖପାଖ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସହିତ ସାଂକୃତିକ କାଯ୍ୟକ୍ରମ କରାଯାଇଥିଲା । ଏହି ସଭା ରେ ଯୋଗ ଦେଇଥିଲେ ଚିଲିକା ବିଧାୟକ ତଥା ଓଡିଶା ସରକାର ଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଙ୍କ ସହିତ ଚିଲିକା ଓ ବାଣପୁର ବ୍ଲକ ଚେୟାରମ୍ୟାନ ଏବଂ ବାଲୁଗାଁ NAC ଚେୟାରମ୍ୟାନ, ରେଳ ବିଭାଗ ଉଚ୍ଚ ପଦାଧିକାରୀ ଙ୍କ ସହିତ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ବାଲୁଗାଁ ରେଳ ଷ୍ଟେସନ ରେ ଉକ୍ତ ନୂତନ ଟ୍ରେନର ରହଣି ଥିବା ସ୍ଥଳେ ମନ୍ତ୍ରୀ ଓ ସାଂସଦ  ସବୁଜ ପତାକା ଦେଖାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ରେନ ରୁ ଓଲ୍ଲାହି ଜନସାଧାରଣ ଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ lଉପସ୍ଥିତ ଥିବା ମନ୍ତ୍ରୀ ଓ ସାଂସଦ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଆଜି ବାଲୁଗାଁ ଅଞ୍ଚଳ ବାସୀ ବହୁ ଖୁସି ଅନୁଭବ କରିଛନ୍ତି l ପ୍ରଧାନ ମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଗ୍ୟାମ୍ପନ କରିଛନ୍ତି l

Leave a Reply

Your email address will not be published. Required fields are marked *