ରଥଯାତ୍ରା ଅବସରରେ ଭଜନ ପରିବେଷଣ

ପୁରୀ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗ ମଞ୍ଚ ଠାରେ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଆଜି ଶ୍ରୀଜୀଉ ମାନେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ସଂଧ୍ୟାରେ ଭଜନ ପରିବେଷଣ କରାଯାଇଥିଲା।ପ୍ରଥମ ସଂଧ୍ୟାରେ ଭୁବନେଶ୍ୱର ର ସୁରଭାଇବ୍ରେସନ ଅନୁଷ୍ଠାନ ଜୟଶ୍ରୀ ଧଳ ଙ୍କ ନେତୃତ୍ୱରେ ଭଜନ ପରିବେଷଣ କରି ହଜାର ହଜାର ଶ୍ରୋତା ଓ ଶ୍ରଦ୍ଧାଳୁ ଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତ କଳାକାର ମାନ ଙ୍କୁ ସ୍ୱାଗତ କରିବା ପରେ ଭଜନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ସୁନାମ ଧନ୍ୟ ଭିନ୍ନକ୍ଷମ କଣ୍ଠଶିଳ୍ପୀ ଉମାକାନ୍ତ ଦାସ, ଶାନ୍ତନୁ ନାୟକ,ଅନିଲ କୁମାର ପଣ୍ଡା, ଚିନ୍ମୟୀ ସିଂ, ବାପିନ ଜେନା,ସିଦ୍ଧିନ୍ସା ବିନ୍ଧାଣୀ, ପ୍ରମୁଖ ଭଜନ ପରିବେଷଣ କରିଥିଲେ।ବିଶିଷ୍ଟ ବଂଶୀ ବାଦକ ସୌମ୍ୟ ଯୋଶୀ ସୁନ୍ଦର ବଂଶୀ ବାଦନ କରି ଶ୍ରୋତା ମାନ ଙ୍କୁ ଅଭିଭୂତ କରି ଦେଇଥିଲେ। ସୂଚନା ବିଭାଗ ପକ୍ଷରୁ ଚଳିତ ରଥଯାତ୍ରା ରେ ୧୩ ଗୋଟି ଅସ୍ଥାୟୀ ସୂଚନା କେନ୍ଦ୍ର କରାଯାଇଥିବା ବେଳେ ପ୍ରତି ସଂଧ୍ୟାରେ ପ୍ରତ୍ୟେକ କେନ୍ଦ୍ର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *