କବିସୂର୍ଯ୍ୟନଗର ନଗରରେ ଗୁଳି ମାଡ଼ରେ ଜଣେ ଯୁବକ ମୃତ

କବିସୂର୍ଯ୍ୟନଗର :-୧୦/୦୭ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଅଂଚଳ ର ତ୍ରୀନାଥ ମଲ୍ଲିକ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ସାଢେ ଚାରିଟା ବେଳେ ତ୍ରିନାଥ ମଲ୍ଲିକ ନାମକ ଯୁବକ ହରିହର କଳାକେନ୍ଦ୍ରରୁ ଏକାଦଶାହ ଭୋଜି ଖାଇ ଯଟେଶ୍ୱର ପୋଖରୀ ହିଡ଼ ଅର୍ଥାତ ବୃନ୍ଦାବତୀ ବିଦ୍ୟାପୀଠ ନିକଟ ଚନ୍ଦିନୀରେ ବସି ତାସ ଖେଳୁଥିଲା ଳ ସେହି ସମୟରେ ଜଣେ ଦୁର୍ବୃତ୍ତ ଅତି ନିକଟରୁ ଆସି ମୁଣ୍ଡ ଓ ଛାତିକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା l ଘଟଣା ସ୍ଥଳେ ହିଁ ତ୍ରିନାଥ ଟଳି ପଡିଥିଲା l ମୁଣ୍ଡ ଓ ମୁହଁ ରୁ ଅତ୍ୟାଧିକ ରକ୍ତସ୍ରାବ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଜଣାପଡିଛି l ଘଟଣା ସ୍ଥଳରୁ ଏକ ହଳ ଜୋତା,ଖୋକା, ମୋବାଇଲ ଉଦ୍ଧାର କରିବା ସହ ମୃତ ଶରୀରକୁ ସ୍ଥାନୀୟ ମେଡିକାଲରେ ରଖିଛି ପୋଲିସ l ଘଟଣା ସ୍ଥଳେ କବିସୂର୍ଯ୍ୟନଗର ଆଇଆଇସି, ପୁରୁଷୋତ୍ତମପୁର ଏସଡିପିଓ ତଦନ୍ତ ଚଳାଇଛନ୍ତି l ମୁଖ୍ୟତଃ ଚାନ୍ଦା ଆଦାୟକୁ କେନ୍ଦ୍ର କରି ଘଟଣା ଘଟିଥିବା ଜଣାପଡିଛି l ଦେଢ଼ ମାସ ପୂର୍ବରୁ ମାରିବା ଚକ୍କରରେ ଆସାମୀ ସୁଯୋଗ ଖୋଜୁଥିଲେ l ମୃତକଙ୍କ ବାପା ବାସୁ ମଳିକ ଶାସ୍ତ୍ରୀ ରୋଡର ଜୈନକ ପାନ ଦୋକାନୀ ଓ ତା ଭାଇ ଏହି କାଣ୍ଡ ଭିଆଇ ଥିବା କହିଛନ୍ତି l ପରିବାର ଠାରୁ ଅଲଗା ତ୍ରିନାଥ ନିକଟ ଚଢିଆପଡାରେ ରହୁଥିଲା l ସେ ଧନେଇ ନଦୀ ନିକଟ ପେଟ୍ରୋଲ ପମ୍ପରେ କାମକରୁଥିବା ସୂଚନା ମିଳିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *