ବାଣପୁରରେ ଫୁଟିଲା ବୋମା ସାନ ପୁଅ ମୃତ

ସମ୍ପତି ବାଡ଼ିକୁ ନେଇ ପାରିବାରିକ ଗଣ୍ଡଗୋଳର କରୁଣ ପରିଣତି | ଆଜି ସକାଳୁ ବଡପୁଅ ସୁବାଷକୁ ମାରିବା ଉଦ୍ଦେଶ୍ୟରେ ବାପା ଶଠ ଓ ସାନପୁଅ ଦିବ୍ୟସିଂହ ରାଉତରାୟ ବଡ ପୁଅକୁ ମରିବାପାଇଁ ଉଦ୍ୟତ ହେଇଥିଲେ | ବଡପୁଅର ଗ୍ରିଲ କୁ ବୋମା ମାଡ଼ କରିବା ସମୟରେ ସାନପୁଅ ଦେହର ବାଜିଥିଲା ଓ ଘଟଣା ସ୍ଥଳରେ ଦିବ୍ୟସିଂହ ଙ୍କ ମୃତ୍ୟ ହୋଇଥିଲା | ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପରିବାର ମଧ୍ୟରେ ବାପା ପୁଅ ମଧ୍ୟରେ ବୋମା ମାଡ ହୋଇଥିବା ଜଣାପଡିଛି। ଯେଉଁଥିରେ ପୁଅର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ସଠ ରାଉତରାୟଙ୍କ ପରିବାର ବହୁ ବର୍ଷ ଧରି ରହିଆସୁଥିଲେ। ସଠଙ୍କ ଦୁଇ ପୁଅ ମଧ୍ୟରେ ଅନେକ ଦିନ ହେବ ବାଦ ବିବାଦ ଲାଗି ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବାପା ଓ ସାନ ପୁଅ ଏକାଠି ରହୁଥିଲେ ଓ ବଡ ପୁଅ ଅଲଗା ରହିଆସୁଥିଲେ। ସେହି ଦିନ ଠାରୁ ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିଲା।କିନ୍ତୁ ଆଜି ଏହି କଳହ ଭୀଷଣ ରୂପ ନେଇଥିଲା। ପରିବାର ମଧ୍ୟରେ ବୋମା ମାଡ ଘଟି ସାନ ପୁଅ ଦିବ୍ୟସିଂହ ରାଉତରାୟ ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସଠ ରାଉତରାୟଙ୍କୁ ପୋଲିସ ଅଟକ ରଖିଛି। କିନ୍ତୁ ବଡପୁଅର ଗ୍ରିଲ କୁ ବୋମା ମାଡ଼ କରିବା ସମୟରେ ସାନପୁଅ ଦେହର ବାଜିଥିଲା ଓ ଘଟଣା ସ୍ଥଳରେ ଦିବ୍ୟସିଂହ ଙ୍କ ମୃତ୍ୟ ହୋଇଥିଲାପୋଲିସ ବର୍ତ୍ତମାନ ମୃତଦେହ ଜବତ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *