ଆଡପ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁପୁରୀ ଅଫିସ

, ୧୧/୭-ବୁଧବାର ଠାରୁ ଆଡପ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ବର୍ଷକ ଯାକ ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ ଯେତିକି ପୂଣ୍ଯ ମିଳେ ଜନ୍ମବେଦିରେ ଗୋଟିଏ ଦିନ ଦର୍ଶନ କଲେ ତାହା ଠାରୁ ଦଶଗୁଣ ପୂଣ୍ଯ ମିଳିଥାଏ ବୋଲି କଥିତ ଅଛି । ଗୁରୁବାର ହେରାପଞ୍ଚମୀରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଆଜି ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନଯୋଗେ ଆଡପ ମଣ୍ଡପକୁ ଆସି ସଂନ୍ଧ୍ଯା ସମୟରେ ଦର୍ଶନ କରିବେ । ଆଜି ମଧ୍ଯ ହଜାର ହଜାର ମହିଳା ଆଡପ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ବଡଶଙ୍ଖ ଠାରୁ ଲମ୍ବା ଧାଡିରେ ଯାଇ ବ୍ଯାରିକେଡରେ ପ୍ରବେଶ କରିବା ସହ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ଆଡପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରୁଛନ୍ତି । ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବା ସହ ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରୁଥିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଦର୍ଶନ ପାଇ କୋଟି ପୂଣ୍ଯ ପାଇବା ସହ ନିଜକୁ ଧନ୍ଯ ମନେ କରିଛନ୍ତି ଭକ୍ତ । ଆନନ୍ଦ ବଜାରରେ ଆଡପ ଅବଢା ପାଇ ଭକ୍ତ ହୋଇଛି ତୃପ୍ତ । ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇ ବ୍ଯାପକ ବ୍ଯବସ୍ଥା କରାଯାଇଛି । ସ୍ବେଚ୍ଛାସେବୀ ମାନଙ୍କ ସ୍ବେଚ୍ଛାକୃତ ସେବା ମନୋଭାବରେ ମେଘୁଆ ପାଗ ଓ ଖରା ତାତିର ଗୁଳଗୁଳିରେ ଭକ୍ତ ମାନଙ୍କୁ ପାଣି ସିଞ୍ଚନ ସହ ସମସ୍ତ ସହଯୋଗ କରାଯିବା ଦୃଶ୍ଯ ଅତି ଭାବ ଆନନ୍ଦଦାୟକ ଦୃଶ୍ଯ ଦେଖିବାକୁ ମିଳିଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ତିନିରଥର ସମ୍ମୁଖରେ ଦୀପ ବସାଇ ଦୁଇହାତ ପ୍ରଣିପାତ ସହ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା । ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି ଶରଧାବାଲି । ଶରଧାବାଲି ସମେତ ବଡଶଙ୍ଖ ଅଞ୍ଚଳରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *