ଚିଲିକା ନଳବନରୁ 7 ମତ୍ସ୍ୟଜୀବୀ ଗିରଫ !

-: ଖୋର୍ଦ୍ଧା ଜିଲ୍ଲା ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନର ବାଲୁଗାଁ ୱାଇଲ୍ଡ ଲାଇଫ୍ ରେଞ୍ଜ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ କରିବା ଓ ଅବାଧରେ ମାଛ ମାରିବା ଯୋଗୁଁ ମତ୍ସ୍ୟଜୀବୀ ମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କ ନାମ ହେଉଛି ରାଜେଶ କୁମାର ଦାସ ବୟସ ୪୨ବର୍ଷ, କ୍ଷୀତିସ ଜାଲି ବୟସ ୩୦ ବର୍ଷ, ପଦ୍ମ ଲୋଚନ ଦାସ ବୟସ ୪୨ ବର୍ଷ, ସୁଦାମା ଦାସ ବୟସ ୩୬ ବର୍ଷ, ମୀନାକେତନ ଦାସ ବୟସ ୩୮ ବର୍ଷ, ଶରତ ଜାଲି ବୟସ ୪୩ ବର୍ଷ, ରିତୁ କୁମାର ଜାଲି ବୟସ ୨୫ ବର୍ଷ ସମସ୍ତେ ଚନ୍ଦ୍ରପୁଟ ଗାଁର ବାସିନ୍ଦା। ଅଭିଯୁକ୍ତମାନଙ୍କ ସହିତ ୯ ଏଚ ପି ଡିଜେଲ ଇଞ୍ଜିନ ଚାଳିତ ଫାଇବର ଡଙ୍ଗା, ୭ ଡୁବି ଜାଲ, ୧୦ ଗଣ୍ଡା ଜାଲ, ୧ ଥର୍ମୋକଲ ବାକ୍ସ ଏବଂ ୨ଟି ମୋବାଇଲ ଜବତ କରାଯାଇଛି। ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ୧୩ବି/୨୦୨୪-୨୫ ରେ କେଶ୍ ୠଜୁ କରାଯାଇ ଗିରଫ ବ୍ୟକ୍ତିଙ୍କୁ କୋର୍ଟକୁ ପଠାଯାଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ଏ ସି ଏଫ୍ ଅଧିକ ତଦନ୍ତ ଜାରି ରଖିଛନ୍ତି।

ଖୋର୍ଦ୍ଧା ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ

Leave a Reply

Your email address will not be published. Required fields are marked *