ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଅଲ ଓଡ଼ିଶା ପେଣ୍ଟିଂଗ ଆର୍ଟିଷ୍ଟ ୱାର୍କସ ଆସୋସିଏସନ ର ଏକ ସମ୍ମିଳନୀ ଅନୁଷ୍ଠିତ
ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଅଲ ଓଡ଼ିଶା ପେଣ୍ଟିଂଗ ଆର୍ଟିଷ୍ଟ ୱାର୍କସ ଆସୋସିଏସନ ର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ସ୍ଥାନୀୟ ବଙ୍ଗଳା ଛକ ନିକଟରୁ ଏକ ଶୋଭାଯାତ୍ରା ବାହାରି ସମ୍ମିଳନୀ କକ୍ଷରେ ପହଁଚି ଥିଲା । ଏହି ଅବସରରେ ସ୍ଥାନୀୟ ଦୂର୍ଗା ବଜାର ସ୍ଥିତ ତ୍ରିନାଥ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ତରର ସାଧାରଣ ସମ୍ପାଦକ ରଞ୍ଜନ ମିଶ୍ର, ଜିଲ୍ଲା ସଭାପତି ପ୍ରଭାତ ନଳିନୀ କାଣ୍ଡି, ସମ୍ପାଦକ ଜ୍ୟୋତି ରଞ୍ଜନ ରାୟ ପ୍ରମୁଖ ଶତାଧିକ ଜିଲ୍ଲା ପେଣ୍ଟିଂଗ ଓ ଆର୍ଟିଷ୍ଟ ୱାର୍କଶ ଆସୋସିଏସନ ର କର୍ମକର୍ତ୍ତା ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ମୁଖ୍ୟ ଦାବି ମଧ୍ୟରେ ରଙ୍ଗ ତୁଳି କଳାକାର ଙ୍କ ଜୀବନ ଜୀବିକାର ସୁରକ୍ଷା, କଳାକାର କଲ୍ୟାଣ ବୋର୍ଡ ଗଠନ, କଳାକାର ମାନଙ୍କୁ ପେନସନ ସହାୟତା, 20 ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ଓ 10 ଲକ୍ଷ ଟଙ୍କା ସ୍ୱାଭାବିକ ମୃତ୍ୟୁ ସହାୟତା ପ୍ରଦାନ କରିବା ସହ 12 ଦଫା ଦାବି ସମ୍ବଳିତ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ତେବେ ଯଦି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଲ ଓଡ଼ିଶା ପେଣ୍ଟିଂଗ ଆର୍ଟିଷ୍ଟ ୱାର୍କଶ ଆସୋସିଏସନ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁର ରୁ Rita ସାହୁ
