ଗ୍ରାମ୍ୟ ଉନ୍ନୟନ ବିଭାଗର ୪ କୋଟି ୬୨ ଲକ୍ଷ ଟଙ୍କାର କାମରେ ଲାଗୁନି ସୁଚନା ଫଳକ,

– ନବରଙ୍ଗପୁର ଜିଲ୍ଲାର ଉମରକୋଟ ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନ-୦୧ (ୟୁଭି -୪) ରୁ (ୟୁଭି -୭) ଓ ତୁପର ବେଡା, ସିର୍ଲିଗୁଡା କୁ ସଂଯୋଗ କରୁଥିବା ରାସ୍ତା କାମ ୨ ମାସ ତଳୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଆରମ୍ଭ କରାଯାଇଛି l କିନ୍ତୁ ଏହି କାମର କୌଣସି ସୂଚନା ଫଳକ ଏ ପର୍ଯ୍ୟନ୍ତ ଲଗାନଯାଇ ଲୋକଙ୍କୁ ଭୂତେଇ ଦିଆଯାଉଛି l ଉକ୍ତ ରାସ୍ତା ଉପରେ ୪ଟି ଗ୍ରାମ ର ଲୋକ ଓ ଛାତ୍ରଛାତ୍ରୀ ନିର୍ଭର କରୁଥିବାବେଳେ ଏବେ ରାସ୍ତା ସାଜିଛି ମରଣଯନ୍ତା

l କାମଟିର ଅଟକଳ ମୂଲ୍ୟ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରିୟତମା ପ୍ରଧାନଙ୍କ କହିବା ଅନୁଯାୟୀ ୪ କୋଟି ୬୨ ଲକ୍ଷ ଟଙ୍କା ହୋଇଥିବା ବେଳେ କାର୍ଯ୍ୟାଦେଶ ୧୨/୦୩/୨୪ ଓ କାର୍ଯ୍ୟଶେଷ ପାଇଁ ୧୧/୧୨/୨୪ ଧାର୍ଯ୍ୟ କରାଯାଇଛି l ରାସ୍ତା ଟିର ଲମ୍ବା ୫ କିଲୋମିଟର ଯାହାକି ଚନ୍ଦ୍ରଶେଖର ଜେନା କରୁଛନ୍ତି l ଆମ ପ୍ରତିନିଧି ସୁଚନା ଫଳକ ନ ଲାଗିବା କାରଣ ପଚାରିବାରୁ ” ସୁଚନା ଫଳକରେ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବାରୁ ଆମକୁ ସରକାର କାଢି ଦେବାକୁ କହିବାରୁ ଆମେ କାଢି ଦେଇଛୁ” ବୋଲି ପ୍ରିୟତମା ପ୍ରଧାନ କହିଛନ୍ତି l କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ରାସ୍ତା ବିନା ସୁଚନା ଫଳକରେ ଓ ରାସ୍ତାର ଉଭୟ ପାର୍ଶ୍ବରୁ ଜେସିବିରେ ମାଟି ଖୋଳି ରାସ୍ତା ତିଆରି କରି ସରକାରୀ ତହବିଲରୁ ପଇସା ଚଳୁ କରିବା ଓ ନିଜ ପକେଟ ଗରମ କରିବା ଏ କାମର ମୂଖ୍ୟ ଉଦେଶ୍ଵ ବୋଲି ସମ୍ପୂର୍ଣ୍ଣ ଭାବେ ଜଳଜଳ ହେଇ ଦିଶୁଛି l ଏହାର ଏକ ଉଚ୍ଚସ୍ତରୀୟ ବିଭାଗୀୟ ତଦନ୍ତ ହେବା ସହ ରାସ୍ତା କାମ ଉଚ୍ଚସ୍ତରୀୟ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି

Leave a Reply

Your email address will not be published. Required fields are marked *