କଳିଙ୍ଗ ବୈଶ ମହିଳା ସଂଘ ପକ୍ଷରୁ ବୃକ୍ଷ ରୋପଣ

ମୁଣ୍ଡମରାଇ କଳିଙ୍ଗ ବୈଶ୍ୟ ମହିଳା ସଂଘ ପକ୍ଷରୁ ବୃକ୍ଷ ରୋପଣ ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ପ୍ରଥମେ କଳିଙ୍ଗ ବୈଶ୍ୟ ଭବନ ଠାରୁ ବାହାରି ସଦସ୍ୟା ମାନେ ହାତରେ ପ୍ଲାକାର୍ଡ ଧାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ସେଠାରେ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଧରାକୋଟ ବନପାଳ ଅକ୍ଷୟ ତ୍ରିପାଠୀ ଏବଂ କଳିଙ୍ଗ ବୈଶ ଭବନ ସଭାପତି ଶ୍ରୀ ସିହେଚ ଅନିଲ କୁମାର ପାତ୍ର,ସମ୍ପାଦକ ଶ୍ରୀ ପି ଭେଙ୍କେଟେଶ୍ୱର ପାତ୍ର, ମହିଳା ସଂଗଠନର ସଭାପତି ଶ୍ରୀମତୀ ଟି ରୋଜା ସୁବୁଦ୍ଧି, ସମ୍ପାଦକ ଶ୍ରୀମତୀ ସିହେଚ ଭାଗ୍ୟଶ୍ରୀ ପାତ୍ର ଏବଂ ମହିଳା ସଂଘର ସଭ୍ୟା ଶ୍ରୀମତୀ ସିହେଚ ସଂଯୁକ୍ତା ସୁବୁଦ୍ଧି ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ପରିସର ସହ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆମ୍ବ , ପିଜୁଳି, ଅଁଅଳା,ନିମ୍ବ,କଦମ୍ବ,ବଉଳ କୋଳି,ଆକାଶ ଓ ଗମ୍ଭାରୀ ଗଛ ଲଗାଯାଇଥିଲା l ଉକ୍ତ କାର୍ଯ୍ଯକ୍ରମକୁ ସମାଜସେବୀ ଦୀନବନ୍ଧୁ ମହାରଣା ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *