ବିଜୁ ପଟ୍ଟନାୟକ ବିଜ୍ଞାନ ମହାବିଦ୍ୟାଳୟ ରେ ସ୍ବାଗତ ସମ୍ଭର୍ଦ୍ଧନା
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ବ୍ଲକ ଅଧିନରେ ଥିବା ବଡଗଡ ଠାରେ ଥିବା ବିଜୁଟ୍ଟନାୟକ ବିଜ୍ଞାନ ମହାବିଦ୍ୟାଳୟ ରେ ନବାଗତ ବିଦ୍ୟାର୍ଥୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ନବନିର୍ବାଚିତ ବିଧାୟକ ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ସମେତ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି କିଶୋର ଚନ୍ଦ୍ର ପଣ୍ଡା ସମ୍ପାଦକ ଭଗବାନ ପତ୍ର ସମାଜସେବୀ ରାଧାମୋହନ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ନାମିତ ପଶୁପାଳକ କାର୍ଯ୍ୟକାରୀ ସଭାପତି ଶରତ କୁମାର ଗୌଡ଼ ଶିକ୍ଷାବିତ୍ ବିରଜା ପ୍ରସାଦ ଗୌଡ଼ ଇତ୍ୟାଦି ଉପସ୍ଥିତ ଥିଲେ l ଶ୍ରୀ ପାତ୍ର ଅଭିଭାଷଣ ରେ ମହାବିଦ୍ୟାଳୟ ର ଉନ୍ନତି କାମନା କରିବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l

ବିଧାୟକ ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ତାଙ୍କ ବକ୍ତବ୍ୟରେ ଏକ ସୁସ୍ଥ ସମାଜ ଗଢି ତୋଳିବା ମହିଳା ମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ସେ କହିଥିଲେ l ଏଣୁ ଆମ ସରକାର ମହିଳା ମାନଙ୍କ ପ୍ରତି ଅଧିକ ଗୁରୁତ୍ବ ଦେଇ ସବୁ କ୍ଷେତ୍ର ରେ ଆଗ କୁ ନେବା ପାଇଁ ଗୁରୁତ୍ବ ଦେବା କଥା ସେ ପ୍ରକାଶ କରିଥିଲେ l ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ସହିତ ଭାବ ବିନିମୟ କରି ସମସ୍ୟା ବୁଝିଥିଲେ l ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଅଗ୍ରାଧିକାର ଭିତରେ ପାନୀୟ ଜଳ ଶୌଚାଳୟ ନିର୍ମାଣ ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ନୂତନ ଓ ପୁରାତନ ଛାତ୍ର ଛାତ୍ରୀ କର୍ମକର୍ତ୍ତା ଉପସ୍ଥିତ ଥିଲେ l
ସୋରଡ଼ା ରୁ ନାରାୟଣ ଡାକୁଆ
