ପ୍ରଶାସନ ଶୁଣିଲେନି ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖି ଦୁଃଖ ଜଣେଇଲେ ରେଟୁଡ଼ି ଗ୍ରାମବାସୀ

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତ ର ୧୬ ନମ୍ବର ୱାର୍ଡ ପାହାଡ଼ ପର୍ବତ ଘେରା ଘଞ୍ଚ ଜଙ୍ଗଲ ମଝିରେ ରହିଛି ରେଟୁଡ଼ି ଗ୍ରାମ । କୁର୍ମିଙ୍ଗିଆ ପ୍ରଧାନ ମନ୍ତ୍ରୀ ସଡ଼କ ରାସ୍ତା ଠାରୁ ମାତ୍ର ତିନି କିଲୋମିଟର ମଧ୍ୟରେ ରହିଛି ଏହି ଗ୍ରାମ। ୧୩୦ ରୁ ଉର୍ଦ୍ଧ ଜନସାଧାରଣ ଏହି ଗ୍ରାମରେ ବସବାସ କରୁଛନ୍ତି । ଜଙ୍ଗଲ ମଧ୍ୟରେ ଏହି ଗ୍ରାମଟି ରହିଥିବା ସକାଶେ ଏହି ଗ୍ରାମ ପ୍ରତି କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧି ଙ୍କ ଦୃଷ୍ଟି ନ ପଡିବା ପରୀତାପ ର ବିଷୟ।ଏହି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା । ରାସ୍ତା ଏତେ ଖରାପ ଅଛି ଯେ ବର୍ଷା ଦିନ ଆସିଲେ ଯାନବାହାନ ଚଳାଚଳ କରିବା ତ ଦୂରର କଥା ଚାଲିଚାଲି ଯିବାକୁ ମଧ୍ୟ କଷ୍ଟ। ।

ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ଦୀର୍ଘ ବର୍ଷ ହେବ ଅନେକ ଥର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ଏବଂ ସମସ୍ତ ଜନପ୍ରତିନିଧି ଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେବଳ ସେମାନଙ୍କୁ ସମସ୍ତେ ମିଥ୍ୟା ପ୍ରତିଶୃତି ଦେଇ ଠକୁଥିବା ଗ୍ରାମବାସୀ ଦୁଃଖର ସହିତ ପରିପ୍ରକାଶ କରିଛନ୍ତି। । ଏଣୁ ଯଥାଶୀଘ୍ର ରେଟୁଡ଼ି ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ କରିଦେବା ନିମନ୍ତେ ଲୋକପ୍ରିୟ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖି ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *