ଉଲିସିର୍କା ଠାରେ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ ତିନି ଦୁର୍ବୃତ୍ତ ଙ୍କ ଦ୍ଵାରା ଲୁଟ୍ ର ଶିକା

ଉଲିସିର୍କା ଠାରେ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ ତିନି ଦୁର୍ବୃତ୍ତ ଙ୍କ ଦ୍ଵାରା ଲୁଟ୍ ର ଶିକାର। ବୁଧବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟସ୍ଥ ଏକ ଛକରେ ସାଗରା ମେନେଜ୍ ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ କରିଥିବା ପାଖାପାଖି ୮୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଗ୍ ରେ ପୁରାଇ ଆସୁଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍ ରେ ଆସି ଅତର୍କିତ ଆକ୍ରମଣ କରିଥିଲେ । ଏଵଂ ଉକ୍ତ ଏଜେଣ୍ଟ ଙ୍କ ଠାରୁ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ବେଇ ପଳାଇ ଯାଉଥିବା ସମୟରେ ଏଜେଣ୍ଟ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇ ଜଣ ଦୁର୍ବୃତ୍ତ ଚୋର ଙ୍କୁ ଗ୍ରାମବାସୀ କାବୁ କରି ନର୍ଲା ପୋଲିସ କୁ ହସ୍ତାନ୍ତର କରିଥିଲେ । ଓ ଅନ୍ୟ ଜଣେ ଚୋର ଟଙ୍କା ବ୍ୟାଗ୍ ଓ ମୋବାଇଲ ନେଇ ଫେରାଇ ହେବାରେ ସକ୍ଷମ ହୋଇଥିଲା ନର୍ଲା ପୋଲିସ ଦୁଇ ଚୋର କୁ ନର୍ଲା ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *