ଲଗାଣ ବର୍ଷା ରେ ଘର ଭାଙ୍ଗିବା ପରେ ବେସାହାରା ହେଲେ ବୃଦ୍ଧା

ଲଗାଣ ବର୍ଷା ରେ ଘର ଭାଙ୍ଗିବା ପରେ ବେସାହାରା ହେଲେ ବୃଦ୍ଧା।କଳାହାଣ୍ଡି,୭/୮:କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଗତ କାଲି କୋକସରା ବ୍ଲକ ରେ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବ୍ଲକ ର ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମ ର ବିଧବା ବୃଦ୍ଧା ବୈଦେହୀ ଛାତ୍ରୀଆ (୬୫) ଙ୍କ ମାଟି କୁଡ଼ିଆ ଘର ମଙ୍ଗଳବାର ସନ୍ଧ୍ୟାରେ ଭୁଶୁଡି ପଡିଛି।ଫଳରେ ବୃଦ୍ଧା ଅସହାୟ ଅବସ୍ଥାରେ ଅଛନ୍ତି। ସୂଚନା ମତେ ବୃଦ୍ଧା ବୈଦେହୀ ଛାତ୍ରୀଆ ଙ୍କ ଦୁଇ ପୁଅ ରହିଥିବା ବେଳେ ଦୁଇ ପୁଅ ନିଜ ପରିବାର ସହ ଅଲଗା ରହୁଛନ୍ତି ଓ ବୃଦ୍ଧା ମା ଜଣକ ମାଟି କୁଡ଼ିଆ ଘରେ ଏକୁଟିଆ ରହି ଜୀବନ ଯାପନ କରୁଥିଲେ।ତେବେ ମଙ୍ଗଳବାର ସନ୍ଧ୍ୟାରେ ଲଗାଣ ବର୍ଷା ରେ ଘର ଟି ଭୁଶୁଡି ପଡିଛି। ଘର ଭୁଶୁଡି ପଡିବା ପରେ ବୃଦ୍ଧା ଜଣକ ଅସହାୟ ହୋଇ ପଡିଛନ୍ତି। ଆଵାସ ଘର ରେ ସାମିଲ ହେବାପାଇଁ ବୃଦ୍ଧା ଅନେକ ସମୟରେ ପଞ୍ଚାୟତ ସରପଞ୍ଚ ଓ ଅଧିକାରୀ ଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଵାସ ଯୋଜନା ରେ ଘର ଖଣ୍ଡିଏ ମିଳିନାହିଁ।ତେବେ ଘର ଭାଙ୍ଗିବା ପରେ ବୃଦ୍ଧା ଙ୍କ ପୁଅ ଗୋତମୁଣ୍ଡା ରାଜସ୍ୱ ନିରୀକ୍ଷକ ଙ୍କୁ ଖବର ଦେବାପରେ ରାଜସ୍ୱ ବିଭାଗ ର ଜଣେ କର୍ମଚାରୀ ଭରତ ଦୁର୍ଗା ଆସି ରିପୋର୍ଟ ନେବା ସହ ପଲିଥିନ ଦେଇଛନ୍ତି।ତେବେ ବୃଦ୍ଧା ଙ୍କୁ ଆଵାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *