ଅଜଣା ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଜଣା ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ , ଚାଳକ ଫେରାର ବୁଗୁଡା |ବୁଗୁଡା ନିକଟସ୍ଥ କଣିଆପଲ୍ଲୀ ଛକଠାରୁ ଢୁଙ୍କାପଡା ରାସ୍ତାରେ ଏକ ଅଜଣା ବାଇକ୍ ଧକ୍କାରେ ଜୈନିକ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ନୟାଗଡ ଜିଲ୍ଲା ଭାପୁର ବ୍ଲକ୍ କଇଁଠପୋଖରୀ ଗାଁର ମହେଶ୍ବର ସ୍ବାଇଁ (୨୮) ।ପ୍ରକାଶ ଯେ , ଆଜି ସନ୍ଧ୍ୟା ସାଢେ ଛଅଟା ବେଳେ ଏଆରଏସଏସ କମ୍ପାନୀର କର୍ମଚାରୀ ମହେଶ୍ବର ଜଳଖିଆ ଖାଇବା ପାଇଁ କଣିଆପଲ୍ଲୀ ଛକକୁ ଆସୁଥିଲେ । ଏ ସମୟରେ ଦ୍ରୁତଗତିରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ସେ ଫୋପାଡି ହୋଇ ପଡିବା ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କର ମୁଣ୍ଡଟି ରାସ୍ତାରେ କଚାଡି ହୋଇଯିବା ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣା ସ୍ଥଳରୁ ବାଇକ୍ ଚାଳକ ଫେରାର ହୋଇଯାଇଥିବା ବେଳେ ବୁଗୁଡା ଦମକଳବାହିନୀ ତାଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *