ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ସ୍ଥିତି ରଖିବା ପାଇଁ ମଙ୍ଗ ଧରିଲେ ନବ ନିର୍ବାଚିତ କର୍ମ କର୍ତ୍ତା
**mଆସିକା:- ୦୮/୦୮/୨୦୨୪ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ସ୍ଥିତି ରଖିବା ପାଇଁ ମଙ୍ଗ ଧରିଲେ ନବ ନିର୍ବାଚିତ କର୍ମ କର୍ତ୍ତା ପ୍ରକାଶ ଥାଉକି ଗତ ୦୬/୦୮/୨୦୨୪ ଦିନ ପୂର୍ବତନ ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଯୁକ୍ତ ଶିବ ନାହାକ ଓ ପୂର୍ବତନ କୂଳାଧିପତି ଶ୍ରୀ ଯୁକ୍ତ ପ୍ରହଲ୍ଲାଦ ଲେଙ୍କା ସମ୍ବିଧାନ କୁ ଉଲଂଘନ କରି ୨୦୨୪ନିର୍ବାଚନ କାର୍ଯ୍ୟ କରିଥିବା ଯୋଗୁ ଏବଂ ସଚେତକ ମଣ୍ଡଳି ର ନିଷ୍ପତ୍ତି କୁ ଆଗ୍ରାହ୍ୟ କରିବା ସଙ୍ଗେ ସାଧାରଣ ବୈଠକରେ ଉପସ୍ଥିତ ନ ରହିବା ଯୋଗୁଁ ସେମାନେ କରିଥିବା କେତେକ ମଣ୍ଡଳ ନିର୍ବାଚନ ଓ ୨୮/୦୭/୨୦୨୪ ତାରିଖ ର କେନ୍ଦ୍ରୀୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇ ସମାଜ ସଂଗଠନ ର ଶୃଙ୍ଖଳା ପାଇଁ ମୂଖ୍ୟ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଯୁକ୍ତ ନିକୁଞ୍ଜ ବିହାରୀ ଖଣ୍ଡୁଆଳ, କାର୍ଯ୍ୟ କାରୀ ମୂଖ୍ୟ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଯୁକ୍ତ ବଂଶୀଧର ନାହାକ,କୂଳାଧିପତି ଭାବେ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି, ଉପ କୂଳାଧିପତି ଶ୍ରୀ ଯୁକ୍ତ ଶଙ୍କର ସ୍ବାଇଁ,

ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ,ସହ ସମ୍ପାଦକ ଭାବେ ଶ୍ରୀ ଯୁକ୍ତ ଚୁଡ଼ା ମଣି ସ୍ବାଇଁ, କୋଷାଧ୍ୟକ୍ଷ ଭାବେ ଶ୍ରୀ ଯୁକ୍ତ କପିଳେଶ୍ୱର ବିଶ୍ବାଳ, ସଂଗଠନ ସମ୍ପାଦକ ଭାବେ ଶ୍ରୀ ଯୁକ୍ତ ଅଶୋକ କୁମାର ମାହାନ୍ତି ଓ ମୂଖ୍ୟ ସମିକ୍ଷକ ଭାବେ ଶ୍ରୀ ଯୁକ୍ତ ରାମକୃଷ୍ଣ ସାହୁ ଙ୍କୁ ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ ଦାୟିତ୍ୱ ଅର୍ପଣ କରାଯାଇଥିଲା ତତ୍ ସଙ୍ଗେ ଆଇନଜୀବୀ ଶ୍ରୀ ଯୁକ୍ତ ଜୟ ଚନ୍ଦ୍ର ନାୟକ ଙ୍କୁ ସଚେତକ ମଣ୍ଡଳି ର କାର୍ଯ୍ୟ କାରୀ ସଭାପତି ରୂପେ ସର୍ବ ସାଧାରଣ ରେ ଘୋଷଣା କରାଗଲା ତତ୍ ପରେ ସମସ୍ତ ପଦ ପଦବୀ ସଭ୍ୟ ମାନେ ବିଧାୟକ ଦ୍ଵୟଙ୍କୁ ଯଥା ଶ୍ରୀ ଯୁକ୍ତ ସରୋଜ କୁମାର ପାଢ଼ୀ (ଆସିକା ବିଧାୟକ), ଶ୍ରୀ ଯୁକ୍ତ ନିଳମଣୀ ବିଷୋୟୀ (ସୋରଡ଼ା ବିଧାୟକ)ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
