ସ୍ବାଧିନତା ଦିବସରେ ଜେକେ କାଗଜକଳ ପକ୍ଷରୁ ପୁରସ୍କାର ବିତରଣ

ରାୟଗଡା ତା ୧୫-୦୮-୨୪ ୭୮ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ରେ ଜେକେ କାଗଜ କଳ ର ସାମାଜିକ ଦାୟିତ୍ଵ ବୋଧ ବିଭାଗ ଆନୁକୁଲ୍ୟରେ ବକ୍ତୃତା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ କପିଲ କୌଲ, ଜେକେ ପେପର୍ ଲିମିଟେଡ୍ ର ସି ଏସ୍ ଆର ଏଡ଼ଭାଇଜର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆଖପାଖ ୬୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇ ଥିଲେ। କାର୍ଯ୍ୟକ୍ରମଟି ତିନୋଟି ବର୍ଗ ରେ ଅନୁଷ୍ଠିତ ହୋଇଥିଲା। ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ। ସର୍ବ କନିଷ୍ଠ (ଚତୁର୍ଥ ଓ ପଞ୍ଚମ ), କନିଷ୍ଠ ( ଷଷ୍ଠ ସପ୍ତମ ଓ ଅଷ୍ଟମ), ବରିଷ୍ଠ ବର୍ଗ (ନବମ ଓ ଦଶମ)। ସର୍ବ କନିଷ୍ଠ ପାଇଁ ପିତା ମାତା ଗୁରୁଜନ ଦେବତା ସମାନ, କନିଷ୍ଠ ପାଇଁ ସ୍ଵାଧୀନତା ସହ ସଂଜମ ଲୋଡ଼ା, ବରିଷ୍ଠ ବର୍ଗ ପାଇଁ ସାମାଜିକ ଗଣମାଧ୍ୟମ ଓ ୟୁବ ସାମାଜ ଉପରେ ତାହାର ପ୍ରଭାବ ବିଷୟ ବସ୍ତୁ ଥିଲା। ଏହି କାର୍ଯ୍ୟକ୍ରମ ୬ ଟି କ୍ଳଷ୍ଟର ରେ ଅନୁଷ୍ଠିତ ହୋଇ ଥିଲା ଓ ଏଥିରେ ୨୭୨ ଜଣ ଭାଗ ନେଇ ୧୦୨ ଜଣ ଛାତ୍ରଛାତ୍ରୀ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ। ବିଚାରପତି ଭାବେ ଶ୍ରୀ କୃଷ୍ଣ ଚନ୍ଦ୍ର ଜେନା, ପୂର୍ବତନ ସି ଆର୍ ସି ସି, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ,ଶ୍ରୀ ଭବାନୀ ଶଙ୍କର ଦାସ, ଅଧ୍ୟାପକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁମୁଟିପେଣ୍ଠ, ଶ୍ରୀ କାହ୍ନୁ ଚରଣ ସାହୁ, ଅଧ୍ୟାପକ, ଲକ୍ଷ୍ମୀପତ୍ ସିଂଘାଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,, ଜେକେପୁର, ଶ୍ରୀ ପ୍ରମୋଦ କୁମାର ମହାପାତ୍ର , ଶିକ୍ଷକ, ଇମ୍ଫାଲ କ୍ଯାମ୍ପସ ଉଚ୍ଚ ବିଦ୍ୟାଳୟ, ଥେରୁବାଲି, ଯୋଗଦେଇ ଥିଲେ। ସର୍ବ କନିଷ୍ଠ ବର୍ଗ ରେ ରୋଷନୀ ନାଏକ ,ପ୍ରଥମ, ରାଜେଶ୍ୱରୀ ସେଠୀ ଦ୍ଵିତୀୟ, ସୁଲଗ୍ନ। ଜଗଦେବ ତୃତୀୟ ଓ ୨ଜଣ ଶାନ୍ତ୍ଵନା ମୂଳକ ପୁରସ୍କାର ପାଇଛନ୍ତି। କନିଷ୍ଠ ବର୍ଗ ରେ ଆକୃତି ପାଢି ଓ ଶୁଭଶ୍ରୀ ପ୍ରଧାନ, ପ୍ରଥମ, ଆଶୀର୍ବାଦ ଦ୍ଵିତୀୟ, ବିଶ୍ଵ ରେଖା ସାମଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବରିଷ୍ଠ ବର୍ଗ ରେ ସୁନୟନା, ପ୍ରଥମ, ଗ୍ରୀଷ୍ମ ସେମିଳି ଦ୍ଵିତୀୟ , ପିଙ୍କି ମଣ୍ଡାଙ୍ଗି ଓ ଜ୍ୟୋତିର୍ମୟୀ ଆଚାର୍ଯ୍ଯ ଯୁଗ୍ମ ଭଜନରେ ତୃତୀୟ ସ୍ଥାନ ଅଧିକାର କରି ଥିଲେ ଓ ସରିତା ବାଘ ସାନ୍ତ୍ଵନା ପୁରସ୍କାର ପ୍ରାପ୍ତ କରି ଥିଲେ। ଆଜି ଜେକେ କାଗଜ କଳ ପରିସରରେ ର ୭୮ ତମ ସ୍ଵାଧୀନତା ଦିବସ ଅବସରରେ ରେ କୃତି ପ୍ରତିଯୋଗୀମାନଙ୍କୁ କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ବିନୟ ଦ୍ଵିବେଦୀ ପୁରସ୍କୃତ କରିଥିଲେ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *