କୋଣାର୍କ ଏନଏସି ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

କୋଣାର୍କ ଏନଏସି ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ l ସାରା ଦେଶର କୋଣ ଅନୁକୋଣରେ ୭୮ ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳନ ହେଉଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯାଇ କୋଣାର୍କ ଏନଏସି ର ପ୍ରତେକ ଘରେ ଜାତୀୟ ପତାକା ଲଗାଯାଇଛି। ଆଜି କୋଣାର୍କ ଏନଏସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ଵେତପଦ୍ମ ଧଳଙ୍କ ଅଧକ୍ଷତାରେ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଏନଏସିର କଲ୍ୟାଣ ମଣ୍ଡପ ପରିସରରେ ମହାଡମ୍ବର ରେ ୭୮ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା। କୋଣାର୍କ ଏନଏସିର ୧୩ ଗୋଟି ଓ୍ୟାର୍ଡର ସମସ୍ତ ସ୍କୁଲ ,କଲେଜ ର ଛାତ୍ରଛାତ୍ରୀ ସହ ବୁଦ୍ଧିଜୀବି ,ଓ ସ୍ବାଧୀନତା ସଂଗ୍ରାମୀ ମାନେ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା , କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ,ପୁରିଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ପୂର୍ବତନ ସଭାପତି ବିଶ୍ୱଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆଜିର ଏହି ଉତ୍ସବ ରେ ୩୨ ଗୋଟି ପ୍ୟାରେଡ ଟିମର ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଦ୍ବାରା ଏନସିସି କମାଣ୍ଡାଣ୍ଟ ବିନୟଭୁଷଣ ମହାନ୍ତି, ଦିଲ୍ଲୀପ କୁମାର ଦାଶ ଓ ପ୍ରଦୀପ କୁମାର ପଣ୍ଡା ଙ୍କ ନେତୃତ୍ୱରେ ପ୍ୟାରେଡ଼ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଫ୍ୟାନସି ଡ୍ରେସ୍ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଙ୍କ ଦ୍ଵାରା କୋଣାର୍କ ଭଗବତୀ ମହା ବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ନାଗରିକ ଭାବେ ସମ୍ମାନିତ କରାଯାଇଥିଲା । ପ୍ୟାରେଡ଼, ଫ୍ୟାନସି ପ୍ରତିଯୋଗୀତା ସହ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମସ୍ତ କାଉନସିଲର ଓ ଏନଏସି କର୍ମଚାରୀ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *