ଭାରତ ବନ୍ଦ କୁ ସମର୍ଥନ

ଭାରତ ବନ୍ଦ କୁ ସମର୍ଥନ, ଏସ ଟି ଏସ ସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଆସନ୍ତା ୨୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଏସ.ଟି,ଏସ.ସି ବର୍ଗ ଙ୍କ ଆରକ୍ଷଣ ବିରୋଧୀ ରାୟ ପ୍ରତିବାଦ ରେ କୋକସରା ବ୍ଲକ ଏସ.ଟି,ଏସ.ସି ବର୍ଗ ମିଳିତ ମଞ୍ଚ ପକ୍ଷରୁ ରବିବାର କୋକସରା ବ୍ଲକ ଠାରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଆସିବାସୀ ସଙ୍ଘ ସଭାପତି ହେମନ୍ତ ମାଝୀ ଓ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର ଆବାହକ ଗୋବର୍ଦ୍ଧନ ବାଗ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୧ତାରିଖ ରେ ଭାରତ ବନ୍ଦ ଡାକରା କୁ ଉଭୟ ଏସ.ଟି,ଏସ.ସି ବର୍ଗ ଙ୍କ ପକ୍ଷରୁ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତୁତି ବୈଠକରେ ଆଦିବାସୀ ସଙ୍ଘ ର ପୂର୍ବତନ ଜିଲ୍ଲା ସଭାପତି ପଦ୍ମ କିଶୋର ପୁଝାରି,ପୂର୍ବତନ ଜିଲ୍ଲା ଉପ ସଭାପତି ନୀଳକଣ୍ଠ ମାଝୀ, ଜିଲ୍ଲା ବଂଜାରା ସମାଜ ସଭାପତି ଯଶୋବନ୍ତ ସିଂ ନାଏକ,ଗରୁଡ଼ ଧ୍ଵଜ ମାଝୀ, କ୍ଷିତିରାମ ପାତ୍ର,ଘନଶ୍ୟାମ ନାଏକ, ମନୋରଞ୍ଜନ ବାଣୁଆ, ଜୟଲାଲ ନାଏକ, ବାହାଦୂର ମାଝୀ,ଦୈତାରି ଭୋଇ, ଧର୍ମାନନ୍ଦ ନେଗି,ରତନ ମାଝୀ, ଚୈତନ୍ୟ ମାଝୀ,ମଧୁବନ ପାତ୍ର, ସନ୍ତୋଷ ମାଝୀ,ଚଳାଡୋଳା ପାତ୍ର,ଯତୀନ୍ଦ୍ର ମାଝୀ ସମେତ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର ବ୍ଲକ ସଭାପତି କିଶୋର ନାଏକ,ସମ୍ପାଦକ ପ୍ରବୀଣ ପାଣିଗ୍ରାହୀ, ତ୍ରିଲୋକ୍ୟ ବେଶ୍ରା ,ଗରୁଡ଼ ବାଗ,ଅଶ୍ୱିନ ମହାନନ୍ଦ, ଟିକିଚନ୍ଦ୍ର ଧ. ମାଝୀ,ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *