ସଦାବର୍ତ୍ତ ନୂଆଗାଁ ମୁଖ୍ୟରାସ୍ତର ନାମ ପଦ୍ମନାଭ ସ୍ୱାଇଁ ମାର୍ଗ ନାମରେ ନାମିତ

ସଦାବର୍ତ୍ତ ନୂଆଗାଁ ମୁଖ୍ୟରାସ୍ତର ନାମ ପଦ୍ମନାଭ ସ୍ୱାଇଁ ମାର୍ଗ ନାମରେ ନାମିତ l ଆଜି ବାଲ୍ୟାସରା ପଂଚାୟତର ସଦାବର୍ତ୍ତ ନୂଆଗାଁ ଗ୍ରାମର ମୁଖ୍ୟ ରାସ୍ତାକୁ ସ୍ବର୍ଗତ ପଦ୍ମନାଭ ସ୍ୱାଇଁ ମାର୍ଗରେ ନାମିତ କରାଯିବା ନେଇ ପଂଚାୟତ ସ୍ତରରେ ଘୋଷଣା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି l ଏହି ପଂଚାୟତ ଦେଇ ବ୍ରହ୍ମପୁର, ପଂକଳବାଡି, ଟଙ୍କାଛାଇ, ହିଞ୍ଜିଲକାଟୁ ଆଦି ବହୁ ଅଂଚଳ, ସହରକୁ ଯିବାକୁ ପଡେ l ଉକ୍ତ ସଦାବର୍ତ୍ତ ନୂଆଗାଁ ର କହ୍ନେଇସ୍ୱାଇଁଙ୍କ ଘର ଠାରୁ ନିରଞ୍ଜନ ସ୍ୱାଇଁ ଗୋଦାମଘର ପର୍ଯ୍ୟନ୍ତ ରାସ୍ତାକୁ ପଦ୍ମନାଭ ସ୍ୱାଇଁ ମାର୍ଗ ରୂପେ ନାମିତ କରାଯାଇଛି।ସଦାବର୍ତ୍ତ ନୂଆଗାଁ ଗ୍ରାମବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଥିବା ହେତୁ ବାଲ୍ୟାସରା ସରପଞ୍ଚ,କବିସୂର୍ଯ୍ୟନଗର ସମିତି ତଥା ପୂର୍ତ୍ତ ବିଭାଗ କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସ୍ବର୍ଗତ ପଦ୍ମନାଭ ଏହି ଅଂଚଳର ଜଣେ ସର୍ବ ପୁରାତନ ଶିକ୍ଷକ ତଥା ଶିକ୍ଷାବିତ। ସେ ୧୯୪୫ ମସିହାରେ ଶିକ୍ଷକତା ଜୀବନ ପ୍ରଥମେ ପୋଲସରା ପରେ କବିସୂର୍ଯ୍ୟନଗର ମର୍ଦ୍ଧରାଜ ହାଇସ୍କୁଲ ଏମ. ଇ ରେ ପଢାଇ ୧୯୬୪ ମସିହାରେ ଅବସର ଗ୍ରହଣ କରିଥିଲେ।ଜଣେ ଗାନ୍ଧିବାଦୀ, ଆଦର୍ଶବାଦୀ ଭାବେ ଅଂଚଳରେ ବହୁ ସୁନାମ ରହିଛି l କୃଷି, ଜଳସେଚନ ଉନ୍ନତି ଆଣିବା ସହ ତାଙ୍କ ନାମରେ ଇଁରାଜୀ ବିଦ୍ୟାଳୟ ରହିଛି।ନୂତନ ସଦାବର୍ତ୍ତ ନୂଆଗାଁ ମୁଖ୍ୟରାସ୍ତା ନାମକରଣ ପାଇଁ ପ୍ରାଧ୍ୟାପକ କୈଳାସ ନାଥ ସ୍ୱାଇଁ, ସରପଞ୍ଚ ରବୀନ୍ଦ୍ର ପୋଲାଈ, ରେଞ୍ଜର ଯୋଗୀନ୍ଦ୍ର ନାଥ ସ୍ୱାଇଁ, ୱାର୍ଡ ମେମ୍ବର ଶ୍ରୀରାମ ସ୍ୱାଇଁ, ଜିତେନ୍ଦ୍ର ଯେନା, କାଳିଆ ଯେନା, ଗଙ୍ଗାଧର ସ୍ୱାଇଁ ଓ ମାମା ମଳିକ ଆଦି ଗ୍ରାମବାସୀ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *